ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 31, 2022, 3:05 PM IST

୧. Rajya Sabha Election: ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି 4 ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସସ୍ମିତ ପାତ୍ର ବିଧାନସଭା ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

୨. Brajarajnagar ByPoll: ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲେ ନୂଆ ଭୋଟର

ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡୁଛି ଭୋଟ । 11 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୧୪ ହଜାର ୮୭୮ ଭୋଟର ।

୩. କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ବନ୍ଦ ଡାକରା ବାତିଲ କଲା କଂଗ୍ରେସ

ଆଜି (ମଙ୍ଗଳବାର) କଂଗ୍ରେସ ପକ୍ଷରୁ ଡକାଯାଇଥିବା ବନ୍ଦ ଡାକରାକୁ ବାତିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଡକାଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି ।୪. ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଖୋକନ ମାଇତି ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୫. Brajarajnagar By-Poll: ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ନିଜ ନିଜ ପ୍ରାର୍ଥୀ ବାଛୁଛନ୍ତି ଜନତା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ୍‌ରେ ପହଞ୍ଚି ଭୋଟ ଦେଇଛନ୍ତି ।

୬. Vice-President 3-nation Tour: ଗାବୋନରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସୋମବାରଠୁ ୩ ଦେଶକୁ ଗସ୍ତ କରିଛନ୍ତି । ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଗାବୋନରେ ପହଞ୍ଚିଛନ୍ତି ।

୭. ଉଗ୍ର ହେଉଛନ୍ତି ଆତଙ୍କୀ: କାଶ୍ମୀର ପଣ୍ଡିତ ପରେ ଏବେ ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼

ସୀମାରେ ଥମୁନି ଆତଙ୍କ । ଉଗ୍ର ରୂପ ନେଇଛି ଆତଙ୍କୀ କାର୍ଯ୍ୟକଳାପ । କୁଲଗାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

୮. PM Kisan Samman Nidhi Yojana: 10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

କିଶାନ ସମ୍ମାନ ନିଧିରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା ।

୯. Sidhu Death Case: ସାମନାକୁ ଆସିଲା ସିସିଟିଭି ଫୁଟେଜ, ୭ ସନ୍ଦିଗ୍ଧ ଚିହ୍ନଟ

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା । ସିସିଟିଭି ଫୁଟେଜ ଆଧାରରେ ୭ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ ।

୧୦. ମରିଗଲା ମମତା, ଜନ୍ମକଲା ଛୁଆକୁ କୂଅରେ ଫିଙ୍ଗିଲା ମାଆ

ପାଷାଣ ହୋଇଗଲା ମାଆ ହୃଦୟ । ମରିଗଲା ମମତା । ରାଗରେ ନିଜ ଜନ୍ମ କଲା ଛୁଆଙ୍କ ପ୍ରତି ଭୁଲିଗଲା ମମତା ।

ABOUT THE AUTHOR

...view details