ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 29, 2022, 3:04 PM IST

1. Weather Update: ୩ ଦିନ ଆଗରୁ କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଏହା କେରଳ ଉପକୂଳ ଛୁଇଁଛି ।

2. Earthen Pot Water: ସ୍ବାସ୍ଥ୍ୟ ଉପଯୋଗୀ ମାଟି ପାତ୍ରର ପାଣି, ବଢାଏ ଇମ୍ୟୁନିଟି

ଗରମ ଦିନରେ ଅଧିକାଂଶ ଲୋକେ ଶୋଷ ମେଣ୍ଟାଇବା ଲାଗି ଫ୍ରିଜ ପାଣିର ବ୍ୟବହାର କରନ୍ତି । ତେବେ ଆପଣ ଯଦି ଏପରି କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ଫ୍ରିଜ ପାଣି ପରିବର୍ତ୍ତେ ଆପଣ ମାଟି ପାତ୍ରରେ ରହୁଥିବା ପାଣିକୁ ପିଇବା ଉଚିତ୍‌ । ଏହା ପ୍ରାକୃତିକ ଉପାୟରେ ଥଣ୍ଡା ରହିବା ସହ ଅନେକ ସମସ୍ୟାରୁ ମୁକ୍ତି ଦିଏ ।

3. Rajya Sabha Race: 4 ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସୁଲତା ରାଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ଯିବେ ରାଜ୍ୟସଭା ।

4. Brajarajnagar Bypoll: ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଉ 2 ଦିନ ବାକି ରହିଲା । ଆଜି ପ୍ରଚାର ସରିବ । ନିର୍ବାଚନକୁ ମାତ୍ର ଆଉ ୪୫ ଘଣ୍ଟା ଅର୍ଥାତ ଦୁଇ ଦିନ ରହିଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଟଙ୍କା ବଣ୍ଟା କାରବାର ଚାଲୁଥିବା ନଜର ଆସିଛି ।

5. Brajarajanagar Bypoll: ୨୭୯ ବୁଥ୍‌ରେ ମତଦାନ, ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ବାଛିବେ ବିଧାୟକ

ବ୍ରଜରାଜନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ୨୭୯ ବୁଥରେ ମତଦାନ କରିବେ ୨ ଲକ୍ଷ ୧୪ ହଜାର ୮୭୮ଜଣ ଭୋଟର ।

6. ପାକ୍ ଡ୍ରୋନକୁ ଗୁଳି କରି ଖସାଇଲା ପୋଲିସ

ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ପୋଲିସ । ଜମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରିଛି ସର୍ଚ୍ଚ ଅପରେସନ ଜାରି ରଖିଥିବା ପୋଲିସ ।

7. ସୀମା ଟପିଲା ନୃଶଂସତା: ଗାଈକୁ ବିସ୍ଫୋରକ ଖୁଆଇ ଦେଲେ ଦୁର୍ବୃତ୍ତ !

ଗାଈକୁ ବିସ୍ଫୋରକ ଖାଇବାକୁ ଦେଲେ ଦୁର୍ବୃତ୍ତ ! ବିସ୍ଫୋରକ ଖାଇ ଛଟପଟ ହୋଇ ଗଲା ଗାଈ(Sahiwal breed)ର ଜୀବନ।

8. ରାଗିଂ କରୁଥିଲେ ସାବଧାନ, ମିଳିବ ଏମିତି ଦଣ୍ଡ

ବିଶ୍ବବିଦ୍ୟାଳୟ ରାଗିଂ ମାମଲାରେ ଆଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ବିଶ୍ବବିଦ୍ୟାଳୟରେ ରାଗିଂ ହେଲେ ଦଣ୍ଡ ସୂରୁପ ପୀଡିତଙ୍କୁ ଚିକିତ୍ସା ଖର୍ଚ୍ଚ ଦେବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ ।

9. IPL 2022: ଆଜି ଟ୍ରଫି ଟକ୍କର, ଗୁଜୁରାଟ-ରାଜସ୍ଥାନ ମୁକାବିଲା

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଦୀର୍ଘ 66 ଦିନର 73ଟି ମୁକାବିଲା ପରେ ଆଜି (ରବିବାର) ଖେଳାଯିବ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ । ନବାଗତ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଟ୍ରଫି ଟକ୍କର ।

10. ସାଇବର ଠକେଇର ଶିକାର ବୋନି କପୁର

ସାଇବର ଠକେଇର ଶିକାର ହୋଇଛନ୍ତି ଫଲ୍ମ ପ୍ରଯୋଜକ ତଥା ସ୍ବଗତ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ।

ABOUT THE AUTHOR

...view details