ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ବଡ଼ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 22, 2022, 3:02 PM IST

1. ତୈଳ ଦର ହ୍ରାସ ରାଜନୀତି: କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ନରସିଂହ, ଜବାବ ରଖିଲା BJD

ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସର ବରିଷ୍ଠ ନେତା ନରସିଂହ ତୈଳଦରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।

2. ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଭାରତକୁ ପ୍ରଶଂସା କଲେ ଇମ୍ରାନ ଖାନ

ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ସର୍ବଦା ଭାରତ ଉପରେ ଅଭିଯୋଗ ଲଦୁଥିବା ଇମ୍ରାନ ଖାନ ଏହାକୁ ସ୍ବାଗତ କରିବା ସହ ଭାରତକୁ ପ୍ରଶଂସା କରିଛନ୍ତି ।

3. Obulapuram Mining Case: OMC ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ 4 ବର୍ଷ ଜେଲ

ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲା ଓବୁଲାପୁରାମ ଖଣି କମ୍ପାନୀ ଅନିୟମିତତା ମାମଲାରେ ଓଏମସି ଏମଡି ଶ୍ରୀନିବାସ ରେଡ୍ଡୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି ।

4. ରହସ୍ୟରେ ସମାହିତ ଭାରତର ଏହି ସବୁ ସ୍ଥାନ, ବିଜ୍ଞାନ ବି ଖୋଜୁଛି ଉତ୍ତର

ଭାରତରେ ଅନେକ ରହସ୍ୟମୟ ସ୍ଥାନ ଅଛି । ଯାହାକୁ ନେଇ ବହୁଲୋକ କଥା ଶୁଣିବାକୁ ମିଳେ । ମନରେ ଭୟ ବି ସଞ୍ଚାର ହୁଏ । ହେଲେ ତା ବିଷୟରେ ଜାଣିବାକୁ ଲୋକଙ୍କ ମନରେ ଜିଜ୍ଞାସା ରହିଥାଏ । ଚାଲନ୍ତୁ ଆମେ ଆପଣଙ୍କୁ କିଛି ଭାରତର ଏଭଳି ସ୍ଥାନ ବିଷୟରେ କହିବୁ, ତାହା କେତେ ସତ କେତେ ମିଛ ବିଜ୍ଞାନ ବି ଖୋଜୁଛି ଉତ୍ତର ।

5. ଥୋମାସ କପ ବିଜେତା ବ୍ୟାଡମିଣ୍ଚନ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ

ବ୍ୟାଡମିଣ୍ଟନରେ ଇତିହାସ ରଚି ଥୋମାସ କପ ଜିତିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳଙ୍କୁ ଭେଟିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

6. ହନିଟ୍ରାପର ଶିକାର ଆଉଜଣେ ଭାରତୀୟ ଯବାନ ଗିରଫ

ଶତ୍ରୁ ଦେଶର ଗୁପ୍ତ ତଥ୍ୟ ଜାଣିବାକୁ ଗୁପ୍ତଚର ଅସ୍ତ୍ର ପାଲଟିଛି ହନିଟ୍ରାପ । ପାକିସ୍ତାନ ଗୁପ୍ତଚର ସଂସ୍ଥାକୁ ଭାରତୀୟ ସେନା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ପ୍ରଦାନ କରି ସେନା ଅଧିକାରୀ ପ୍ରଦୀପ କୁମାର ଗିରଫ ହୋଇଛନ୍ତି ।

7. Hyderabad Honor Killing: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ହାଇଦ୍ରାବାଦର ବେଗମ୍ ବଜାରର ମାଛି ମାର୍କେଟରେ ଅନର କିଲିଂ (Honor killing) ଘଟଣା । ୪ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

8. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାତିଅଧିଆ GPR ସର୍ଭେକୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପାଖରେ ବିନା GPR ସର୍ଭେରେ ସରକାର ଖନନ କରୁଥିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ତେବେ ଗତ କାଲି ରାତିଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଜିପିଆର ସର୍ଭେ ହୋଇଛି ।

9. ବର୍ଷାରେ ଭିଜିଲା ପୁରୀ, ଗରମରୁ ସାମାନ୍ୟ ଆଶ୍ବସ୍ତି

ଜିଲ୍ଲାରେ ଲଗାଣ ବର୍ଷା । ଯାହା ପୁରୀବାସୀଙ୍କୁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ଦେଇଛି । ଗତକାଲି ବିଳମ୍ବିତ ରାତିରୁ ପୁରୀରେ ତୁହା କୁ ତୁହା ବର୍ଷା ଲାଗି ରହିବା ଫଳରେ ରାସ୍ତାଘାଟ ଜଳମଗ୍ନ ହୋଇଛି ।

10. ଆଉ ନାହାନ୍ତି ଦକ୍ଷିଣ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତା ସଚିଥ

ପରଲୋକରେ ଦକ୍ଷିଣ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତା ସଚିଥ୍‌ । କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୪୬ ବର୍ଷ ବୟସରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details