ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 10, 2022, 3:01 PM IST

1. ଆଉ ନାହାନ୍ତି ସନ୍ତୁର ବାଦନର କର୍ଣ୍ଣଧାର ପଣ୍ଡିତ ଶିବକୁମାର ଶର୍ମା

ପଦ୍ମ ବିଭୂଷଣ ଭାରତୀୟ ସଂଗୀତକାର ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସେ ଗତ 6ମାସ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ପଣ୍ଡିତ ଶିବକୁମାର ଶର୍ମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ।

2. OUTR ନବକଳେବରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ୩ ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (OUTR)ର ହେବ ନବକଳେବର । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।

3. Cyclone Asani: ପ୍ରସ୍ତୁତ ପୁରୀ ପ୍ରଶାସନ, ମୁକାବିଲା ପାଇଁ ପହଞ୍ଚିଲେ ଓଡ୍ରାଫ ଟିମ୍‌

ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଭର୍ଚୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯାଇଛି ।

4. Cyclone Alert: ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା

ବାତ୍ୟା ଅସାନିକୁ ନେଇ ତଳିଆ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ଗଜପତି ଜିଲ୍ଲା ପ୍ରଶାସନ ।

5. ଅଶାନ୍ତ ସମୁଦ୍ରରେ ଓଲଟିଲା ବୋଟ୍‌, ଅଳ୍ପକେ ବର୍ତ୍ତିଲେ 5 ମତ୍ସ୍ୟଜୀବୀ

ବାତ୍ୟା ଅସାନି ଓଡିଶା ଉପକୂଳ ନିକଟତର ହେଉଥିବାରୁ ସମୁଦ୍ର ଆଶାନ୍ତ ରହିଛି ଓ ଜୁଆରର ବେଗ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ଆଶାନ୍ତ ଯୋଗୁଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ ।

6. କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ୭ ବର୍ଷ

କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (PMSBY) ଓ ଅଟଳ ପେନସନ ଯୋଜନା (APY) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି ।

7. ଆଇଟିଆଇ ଏବଂ ପଲିଟେକନିକ ତାଲିମ ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍‌ଚୀ

ଓଡ଼ିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି ।

8. ଝାରସୁଗୁଡା ଡାକ୍ତରଖାନାରେ ଅଭାବନୀୟ ଘଟଣା, ଗର୍ଭବତୀ ମହିଳାଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ

ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ । ହେଲେ ଯେବେ ଡାକ୍ତର ରୋଗୀଙ୍କୁ ମାଡ ମାରନ୍ତି ତେବେ ଡାକ୍ତରଙ୍କ ଉପରୁ ରୋଗୀଙ୍କ ଭରସା ଉଠିଯିବ ।

9. ସାହା ହେଲା ଶୋଭା, ଗରୀବ ମହିଳାଙ୍କୁ ମିଳିଲା ରୋଜଗାର

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ପଟ୍ରଗୁଡା ଗାଁର ତିଳୋତ୍ତମା ଭତ୍ରା । ତିଳୋତ୍ତମାଙ୍କ ସ୍ବାମୀ ଦିନ ମଜୁରିଆ ଥିଲେ ।

10. IPL 2022: ଆଜି ନମ୍ବର 1 ଲଢେଇ, ପ୍ଲେ-ଅଫ୍‌ରେ ପହଞ୍ଚିବ ବିଜୟୀ ଟିମ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 57ତମ ମ୍ୟାଚ୍‌ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃାତାଧୀନ ଗୁଜୁରାଟ ଟାଇଟନ୍ସ ଓ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ(LSG) ପରସ୍ପରକୁ ଭେଟିବେ ।

ABOUT THE AUTHOR

...view details