ଓଡିଶା

odisha

By

Published : Jan 24, 2022, 3:10 PM IST

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-10TH-12th EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ଗତ ୪ ଦିନ ଧରି ଦୈନିକ ସଂକ୍ରମଣ କମିବାରେ ଲାଗିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

2-ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ, ସତର୍କ ନରହିଲେ ଓଡ଼ିଶାରେ ବି ବ୍ୟାପିବ

ଓମିକ୍ରନ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ। ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ପରେ ଚେତାଇଲା ସ୍ୱାସ୍ଥ୍ୟ ବିଭାଗ ।

3-ଟିକେଟ ନମିଳିବାରୁ କର୍ମୀ ଓଗାଳିଲେ ବିଷ, କହିଲେ ମମିତାଙ୍କୁ ହତ୍ୟା କରିଛି ବିଜେଡି

ମିଳିଲାନି ଟିକେଟ । ଫଳରେ ଉତକ୍ଷିପ୍ତ ହୋଇ ବିଷ ଓଗାଳିଲେ ଆଶାୟୀ ପ୍ରାର୍ଥୀ । କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନର୍ଲା ବ୍ଲକ ଜିଲ୍ଲା ପରିଷଦ ୨ ନମ୍ବର ଜୋନର ବିଜେଡି଼ ଦଳର ପୁରୁଖା କର୍ମୀ ମକରଧ୍ବଜ ମାଝୀଙ୍କ ଏକ ଭିଡ଼ିଓ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।

4-Panchayat Election: ପ୍ରତିଶୃତି ଭୁଲିଗଲେ ବିଧାୟକ, ଗାଁରେ ଘେରିଲେ ଗ୍ରାମବାସୀ

ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ବିରୋଧ କଲେ ଗ୍ରାମବାସୀ ।

5-ପୁରୀରେ ଲଜ୍ଜା: ଗେହ୍ଲା କରିବା ଆଳରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ !

ପୁରୀ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଟାଉନ ଥାନା ଅଞ୍ଚଳରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

6-Omicron BA2 variant hits Indore: ୬ ଶିଶୁଙ୍କ ସହ ୧୬ ଜଣ ପଜିଟିଭ

ଓମିକ୍ରନ ସାରା ଦେଶରେ କ୍ଷିପ୍ର ଗତିରେ ମାଡୁଥିବା ବେଳେ ପୁଣି ଆଉ ଏକ ଭାଇରସ ଚିହ୍ନଟ ହୋଇଛି । ଏହା ଓମିକ୍ରନର ସବ-ଭାରିଏଣ୍ଟ BA2 ଜଣାପଡ଼ିଛି । ଯାହାକି ଓମିକ୍ରନଠାରୁ ଆହୁରି କ୍ଷିପ୍ର ଗତିରେ କରୁଛି ସଂକ୍ରମଣ ।

7-ପୁଣି ଜାତୀୟ ପତାକାକୁ ଅସମ୍ମାନ କଲା Amazon !

ପୁଣି ଜାତୀୟ ପତାକାକୁ ଅସମ୍ମାନ କରିଛି ଆମାଜନ୍‌ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ନେଟିଜେନ୍ସମାନେ କମ୍ପାନୀ ବିରୋଧରେ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ।

8-ପୁନେରେ ସିରିଜ ଦୁର୍ଘଟଣା, ୫ ଜଣଙ୍କ ଚାଲିଗଲା ପ୍ରାଣ

ମହାରାଷ୍ଟ୍ରରେ ଭୟଙ୍କର ସିରିଜ ଦୁର୍ଘଟଣା । ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

9-ଦେଶରେ ଦୁଇ ଜଣଙ୍କ ପ୍ରଭାବରେ ୪ କୋଟି ଦରିଦ୍ର: ରାହୁଲ

ଏଥର ଦାରିଦ୍ର୍ୟକୁ ନେଇ କେନ୍ଦ୍ରକୁ ନିଶାନା କରିଛନ୍ତି ବିରୋଧୀ । କେବଳ 'ହମାରେ ଦୋ' ବା ଆମର ଦୁଇ ପ୍ରଭାବରେ ଦେଶର ୪ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟକୁ ଠେଲି ହୋଇ ଯାଉଛନ୍ତି ବୋଲି ଟ୍ବିଟ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

10-ମଙ୍ଗଳବାରଠୁ BWF ଓଡିଶା ଓପନ, ସମସ୍ତ ପ୍ରସ୍ତୁତି ଶେଷ

ଆସନ୍ତାକାଲିଠୁ (ମଙ୍ଗଳବାର) ଆରମ୍ଭ ହେବ ବିଡ଼ବ୍ଲୁଏଫ ଓଡିଶା ଓପନ ୨୦୨୦ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶାରେ ପହଞ୍ଚି ସାରିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଖେଳାଳି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ ।

ABOUT THE AUTHOR

...view details