ଓଡିଶା

odisha

By

Published : Nov 13, 2021, 3:02 PM IST

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ବରଗଡ଼ରେ ନବୀନ, ସ୍ବାସ୍ଥ୍ୟମନ୍ତ୍ରୀ-ବିଜେଡି ନେତାଙ୍କ ଗାଡିକୁ ଅଣ୍ଡାମାଡ଼ କଲେ ବିରୋଧୀ

ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ଥିବାବେଳେ ଏହାକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ କୋଶଲ ସେନା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି ।

2-ରିମାଣ୍ଡରେ KBN ଗ୍ୟାଙ୍ଗର ୫ ସଦସ୍ୟ, ୨ ଦିନରେ ଖୋଲିବେ ଭାଇଗିରି ଆତଙ୍କର‌ ଚେର

ଖୋଲିବ ଭାଇଗିରି ଆତଙ୍କର ଚେର । ରିମାଣ୍ଡରେ ଗଲେ ରକ୍ତ ଚରିତ୍ର ଗୀତରେ ଉତ୍ପାତ କରୁଥିବା KBN ଗ୍ୟାଙ୍ଗ ସଦସ୍ୟ ।

3-OCAC CEOଙ୍କ ହ୍ବାଟସଆପ ହ୍ୟାକ ଘଟଣା, ଠକ ହାତରେ ହାଇପ୍ରୋଫାଇଲଙ୍କ କଣ୍ଟାକ୍ଟ ଲିଷ୍ଟ

OCAC CEOଙ୍କ ହ୍ବାଟସଆପ ହ୍ୟାକ ଘଟଣା । ଠକ ହାତରେ ହାଇପ୍ରୋଫାଇଲଙ୍କ କଣ୍ଟାକ୍ଟ ଲିଷ୍ଟ ଲାଗିଥିବା ସନ୍ଦେହ କରିଛି ପୋଲିସ । ଏଥିଲାଗି ବାଙ୍ଗାଲୋର ଅଭିମୁଖେ କ୍ରାଇମବ୍ରାଞ୍ଚର ସାଇବର ଟିମ ।

4-କୋରୋନାର କୌଣସି ଲକ୍ଷଣ ଦେଖାଗଲେ ନିଜଆଡୁ ଆସି ଟେଷ୍ଟ କରାନ୍ତୁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରୋନା ଲକ୍ଷଣରେ ପରିବର୍ତ୍ତନକୁ ନେଇ ଡ଼ଃ ନିରଜ ମିଶ୍ରଙ୍କ ପତିକ୍ରିୟା। ସେ କହିଛନ୍ତି ଯେ ଦ୍ବିତୀୟ ଲହର ପର ଠାରୁ ଭାରତରେ କୋରୋନା ରୋଗୀଙ୍କ ଠାରେ ଲକ୍ଷଣରେ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ତାହା ବିପଦ ସୃଷ୍ଟି କରିବାର କୌଣସି ସମ୍ଭାବନା ନାହିଁ।

5-BSKY ରେ ସାମିଲ ବରଗଡ଼, ୨୯୫ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ

ବରଗଡ଼ର ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବଡ ଘୋଷଣା । ଜିଲ୍ଲାକୁ ଭେଟି ଦେଲେ ୨୯୫ କୋଟି ଟଙ୍କାର ପ୍ରକଳ୍ପ ।

6-ମେଡିକାଲରେ ସାପ କାମୁଡ଼ା ରୋଗୀ, ଭିଡ଼ିଓ କଲରେ ଝଡାଫୁଙ୍କା କଲା ଗୁଣିଆ

ଅନ୍ଧବଶ୍ବାସର ଅନ୍ଧ ଗଳିରେ ଆଜିବି ମନୁଷ୍ୟ । ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ଭିଡିଓ କଲ ମାଧ୍ୟମରେ ଚାଲିଛି ଝଡାଫୁଙ୍କା ।

7-ଦିଲ୍ଲୀ ପ୍ରଦୂଷଣ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ, ଲକଡାଉନ ଚାହୁଁଥିଲେ ଜଣାଅ

ଚିନ୍ତା ବଢାଉଛି ଦିଲ୍ଲୀ ପ୍ରଦୂଷଣ । କେନ୍ଦ୍ର ସରକାରଙ୍କୁ ଯୋଜନା ବାବଦରେ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ, '୨ ଦିନ ଲକଡାଉନ ଚାହୁଁଥିଲେ ଜଣାନ୍ତୁ' ।

8-ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

9-ଲଖିମପୁର ହିଂସାକାଣ୍ଡରେ ସାମିଲ ୫ ଅଭିଯୁକ୍ତଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର

ଲଖିମପୁର ଖେରୀ ହିଂସାକାଣ୍ଡ ମାମଲା । ଘଟଣାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କଲା SIT । ଅଭିଯୁକ୍ତଙ୍କ ପରିଚୟ ଦେବା ଲୋକଙ୍କୁ ମିଳିବ ପୁରସ୍କାର ।

10-ଜନ୍ମଦିନରେ NCB ଅଫିସ୍‌ରେ ଆର୍ଯ୍ୟନ, 7 ଘଣ୍ଟା ଧରି ଚାଲିଲା ଜେରା

ଶୁକ୍ରବାର କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ୭ ଘଣ୍ଟା ଧରି ଜେରା କଲା NCB । ରାତି ୧ଟା ସମୟରେ NCB ଅଫିସରୁ ବାହାରିଲେ ଆର୍ଯ୍ୟନ ।

ABOUT THE AUTHOR

...view details