ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 27, 2021, 3:02 PM IST

1. ନଭେମ୍ବର ୧ରୁ UG ଓ ୧୫ରୁ PG ପ୍ରଥମ ବର୍ଷ ପିଲାଙ୍କ ଅଫଲାଇନ ପାଠପଢା

ନଭେମ୍ବର 1 ରୁ ପ୍ରଥମ ବର୍ଷ UG, 15 ରୁ PG ପ୍ରଥମ ବର୍ଷ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାରୁ ନିଷ୍ପତ୍ତି ହୋଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ।

2. ସିଦ୍ଧୁଙ୍କୁ ସିଧା ଟକ୍କର ଦେବେ ଅମରିନ୍ଦର, ଘୋଷଣା କଲେ ନୂଆ ଦଳ

ନୂଆ ଦଳ ଘୋଷଣା କଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ । କିଛିମାସ ପୂର୍ବରୁ ଦଳ ସହ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ।

3. ମମିତାଙ୍କୁ ନ୍ୟାୟ ଦାବି, ଆସନ୍ତା ୩୦ରେ ଭଦ୍ରକ ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆସନ୍ତା ୩୦ରେ ଭଦ୍ରକରେ ବନ୍ଦ ଡାକରା ।

4. ମମିତା ମର୍ଡର ମାମଲା, ଓଡିଶା ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମହେର ହତ୍ୟାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ବୋଲି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

5. ଚାନ୍ଦିପୁର DRDO ଗୁପ୍ତତଥ୍ୟ ଲିକ ଘଟଣା, ପାକିସ୍ତାନ ସୁନ୍ଦରୀ ରଚିଥିଲା ହନିଟ୍ରାପ ଷଡଯନ୍ତ୍ର

ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ପାକିସ୍ତାନ ସୁନ୍ଦରୀ ରଚିଥିଲା ଏହି ହନିଟ୍ରାପ ଷଡଯନ୍ତ୍ର । ଚାନ୍ଦିପୁର ପରେ ରାଜସ୍ଥାନ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ଫସାଇଥିଲା ପାକ୍ ଝିଅ ।

6. ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା, ଜ୍ୟୋତିଙ୍କୁ ମିଳିଲା ଜାମିନ

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜ୍ୟୋତି ପ୍ରକାଶଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ ।

7. ପୁଣି ୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ

ଦୁଇ ଦିନର ବ୍ୟବଧାନ ପରେ ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ-ଡିଜେଲରେ ୩୫ ପଇସା ଲେଖାଏଁ ବଢାଇଲେ ତୈଳ କମ୍ପାନୀ ।

8. ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା; କାଲି ସରିଲାନି, ଆଜି ଜାମିନ ଆବେଦନର ଶୁଣାଣି

କ୍ରୁଜ ପାର୍ଟି ମାମଲାରେ ଗିରଫ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଆଜି ହେବ । ଗତକାଲି ଶୁଣାଣି ଶେଷ ହୋଇନପାରିବାରୁ ଆଜିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ ।

9. ବାରରେ ରଙ୍ଗୀନ ହେଉଥିଲା ରାତି, ଅଚାନକ ପହଞ୍ଚିଗଲେ ପୋଲିସ...

ରାଜଧାନୀର ବିଭିନ୍ନ ବାରରେ ଅଚାନକ ଚଢାଉ କରିଛି ପୋଲିସ । ଉଚ୍ଚ ବାଦ୍ୟଯନ୍ତ୍ର ସହ ନାଚଗୀତରେ ଆସର ଜମିଥିଲା । ଅଚାନକ ଚଢାଉ କଲା ପୋଲିସ । ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ଯାଏ ଚାଲୁଥିଲା ବାର ।

10. T-20 WC; ପାକିସ୍ତାନର ବିଜୟଧାରା ବଜାୟ, ନ୍ୟୁଜିଲାଣ୍ଡ ଧରାଶାୟୀ

ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ବି ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି ବାବର ବାହିନୀ । ଗ୍ରୁପ-ବିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ଧରାଶୟୀ କରିଥିଲା ପାକ ଦଳ । 2ଟି ମ୍ୟାଚରୁ ୪ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ-୨ ଶୀର୍ଷ ସ୍ଥାନ ଦଖଲ କରିଛି ।

ABOUT THE AUTHOR

...view details