ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 17, 2021, 3:03 PM IST

1. ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି, ୫ ଆହତ

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ।

2. ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ ।

3.. ‘ଶିକ୍ଷାର ଗୁଣାତ୍ମକ ବିକାଶ ସହିତ ସମାନତାକୁ ଗୁରୁତ୍ବ’

ଶିକ୍ଷାର ଗୁଣାତ୍ମକ, ମୂଲ୍ୟାତ୍ମକ ଓ ସମାନତା ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଛି । ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର ଆଲୁମିନି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4. 'ଗୋର୍ଖା' ପୋଷ୍ଟରରେ ତ୍ରୁଟି ଦର୍ଶାଇଲେ ପୂର୍ବତନ ସେନା ଅଫିସର, ଧନ୍ୟବାଦ ଦେଲେ ଅକ୍ଷୟ

ଖିଲାଡି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ଗୋର୍ଖା' ପୋଷ୍ଟରରେ ଥିବା ଅସ୍ତ୍ରକୁ ଜଣେ ପୂର୍ବତନ ଗୋର୍ଖା ଅଧିକାରୀ ଭୁଲ୍ ଦର୍ଶାଇବା ପରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର ।

5. ଲୋକଙ୍କ ବିନାଶ ମହଙ୍ଗାର ବିକାଶ: ରାହୁଲ ଗାନ୍ଧୀ

ଦେଶରେ ପେଟ୍ରୋଲ ଡିଜେଲ ଦରରେ ବ୍ରେକ ଲାଗିବାର ନାଁ ନେଉନାହିଁ । ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ବିଟ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି ଲୋକଙ୍କ ବିନାଶ ଓ ମହଙ୍ଗାର ବିକାଶ ହେଉଛି ।

6. ବିସର୍ଜନ ବେଳେ ମାଡିଗଲା କାର୍, ଜଣେ ଶିଶୁ ସମେତ ଦୁଇ ଆହତ

ଶନିବାର ରାତିରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବାଜରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଗା ବିସର୍ଜନ ସମାରୋହ ବେଳେ ଲୋକଙ୍କ ଉପରେ ମାଡ଼ିଯାଇଛି କାର୍ । ଏଥିରେ ଜଣେ ଶିଶୁ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।

7. ଲଲିତପୁର ନାବାଳିକା ଦୁଷ୍କର୍ମ ମାମଲା; SP, BSP ନେତା ସମେତ 7 ଗିରଫ

ଉତ୍ତରପ୍ରଦେଶ ଲଲିତପୁର ଜିଲ୍ଲାରେ 17 ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମାଜବାଦୀ ପାର୍ଟି (SP), ବହୁଜନ ସମାଜ ପାର୍ଟି(BSP) ନେତା ଏବଂ ଜଣେ ଇଞ୍ଜିନିୟରଙ୍କ ସମେତ ଉତ୍ତର ପୋଲିସ ଏପର୍ଯ୍ୟନ୍ତ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

8. କାଳ ସାଜିଲା ବିଷାକ୍ତ ମୁଢି, ଏକାଠି ଚାଲିଗଲେ ୩ ଭଉଣୀ

ଉତ୍ତପ୍ରଦେଶର ବରେଲି ଜିଲ୍ଲାର ପାଟି ଗ୍ରାମରେ ଅଭାବନୀୟ ଘଟଣା । ବିଷାକ୍ତ ମୁଢି ଖାଇ ଏକାଠି ପ୍ରାଣ ହରାଇଲେ ୩ ଭଉଣୀ ।

9. ଓଡ଼ିଆ ଝିଅ ସ୍ମୃତିରେଖାଙ୍କ ମୁଣ୍ଡରେ ‘ମିସ୍ ଇଣ୍ଡିଆ ଟୁରିଜିମ ୨୦୨୧’ ମୁକୁଟ

ରାଜସ୍ଥାନରେ ଚମକିଛନ୍ତି ଓଡ଼ିଆ ଝିଅ । ପୁରୀ ନିମାପଡ଼ାର ସ୍ମୃତିରେଖା ଖୁଣ୍ଟିଆ ମିସ ଇଣ୍ଡିଆ ଟୁରିଜିମ ୨୦୨୧ର ବିଜୟିନୀ ହୋଇଛନ୍ତି ।

10. ଧୋନିଙ୍କୁ ଛାଡିବାକୁ ଚାହେଁନି CSK

ଧୋନିଙ୍କୁ ଚେନ୍ନାଇର କିଙ୍ଗ କହିଲେ କିଛି ଭୁଲ ହେବ ନାହିଁ । ତାଙ୍କୁ ଦଳ କେବେ ହେଲେ ଛାଡିବାକୁ ଚାହେଁନାହିଁ । ଆଗାମୀ ସିଜିନରେ ଯଦି ମେଗା ନିଲାମ ପ୍ରକ୍ରିୟା ନଥାନ୍ତା ତେବେ ଦଳ କେବେ ହେଲେ ଧୋନିଙ୍କୁ ଛାଡିବନି ବୋଲି କହିଛନ୍ତି ଜଣେ ସିଏସକେ ଅଧିକାରୀ ।

ABOUT THE AUTHOR

...view details