ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 13, 2021, 3:01 PM IST

1. ରାଜ୍ୟ କଂଗ୍ରେସ ଭବନରେ ଯୁବକଙ୍କ ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା । କିଛି ଯୁବକ ଭୁବନେଶ୍ବର କଂଗ୍ରେସ ଭବନରେ ପଶି ଏପରି କରିଥିବା ସୂଚନା ।

2. ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପ ନେବାର ଆଶଙ୍କା ରହିଛି l ଯାହାକୁ ଦୃଷ୍ଟିରେ ରଖି 18 ତାରିଖ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି।

3. ଅର୍ଥନୀତିକୁ ନୂଆ ଗତି ଦେବ 'ଗତିଶକ୍ତି': ପ୍ରଧାନମନ୍ତ୍ରୀ

ପ୍ରଗତି ମଇଦାନରୁ ଆଜି(ବୁଧବାର) ପିଏମ ଗତିଶକ୍ତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମାଷ୍ଟର ପ୍ଲାନର ଶୁଭାରମ୍ଭ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଆଗକୁ ନେବ ଗତିଶକ୍ତି । ଏହା ସହିତ ଅଗ୍ରଗତି ପାଇଁ କାମ, ଯୋଜନା କରିବାକୁ ମନ୍ତ୍ର ଦେଇଛନ୍ତି ।

4. ମନୀଷ ଦାସ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ସାମ୍ବାଦିକ ନବୀନ ଦାସଙ୍କ ମୃତ ପୁଅ ମନୀଷଙ୍କ ମୃତ୍ୟୁ ମାମଲା । ଆତ୍ମସମର୍ପଣ କଲେ ଦୁଇ ସନ୍ଦିଗ୍ଧ । ମନୀଷଙ୍କ ମୃତ୍ୟୁ ପରେ ଫେରାର ଥିଲେ ଉଭୟ । ଅନ୍ୟପଟେ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

5. ଗିରଫ ପାକ୍ ଆତଙ୍କବାଦୀର ଚାଞ୍ଚଲ୍ୟକର ବୟାନ: ଦିଲ୍ଲୀରେ ରହୁଥିଲା, ସ୍କାନରରେ ଥିଲା କାଶ୍ମୀର

ଗିରଫ ପାକିସ୍ତାନ ଆତଙ୍କବାଦୀ ଅଶରଫକୁ ଆଜି ପଚରାଉଚରା କରିବ ଦିଲ୍ଲୀ କମିଶନରେଟ ପୋଲିସ । ସାମ୍ନାକୁ ଆସିବ ଆହୁରି ଅନେକ ଆତଙ୍କବାଦୀଙ୍କ ଗୁମର ।

6. ମହାଷ୍ଟମୀରେ ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ବରୀ

ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଆଜି(ବୁଧବାର) ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

7. ତୈଳ ଦର ପରେ ମହଙ୍ଗା ହେଲା CNG-PNG, ଜାଣନ୍ତୁ କେତେ...

ଦେଶରେ ତୈଳ ଦର ଆକାଶ ଛୁଆଁ ରହିଥିବାବେଳେ ଏବେ ଲୋକଙ୍କୁ ହନ୍ତସନ୍ତ କଲା CNG-PNG ଦର । ଚଳିତ ମାସରେ ଦ୍ବିତୀୟ ଥର ମହଙ୍ଗା ହେଲା CNG-PNG ।

8. Lakhimpur Violence; ଆଜି ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ଖେରୀ ହିଂସା ଘଟଣା ନେଇ ଆଜି(ବୁଧବାର) ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ । ଏହି ସହିତ ଏକ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବ ।

9. ଅର୍ଥନୀତିକୁ ନୂଆ ଗତି ଦେବ 'ଗତିଶକ୍ତି': ପ୍ରଧାନମନ୍ତ୍ରୀ

ପ୍ରଗତି ମଇଦାନରୁ ଆଜି(ବୁଧବାର) ପିଏମ ଗତିଶକ୍ତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମାଷ୍ଟର ପ୍ଲାନର ଶୁଭାରମ୍ଭ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଆଗକୁ ନେବ ଗତିଶକ୍ତି । ଏହା ସହିତ ଅଗ୍ରଗତି ପାଇଁ କାମ, ଯୋଜନା କରିବାକୁ ମନ୍ତ୍ର ଦେଇଛନ୍ତି ।

10. IPL Qualifier; ଆଜି KKR ଓ DC ମଧ୍ୟରେ ମୁକାବିଲା

ଚଳିତ ଆଇପିଏଲରେ ଆଜି(ବୁଧବାର) ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମୁକାବିଲା ।

ABOUT THE AUTHOR

...view details