ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 4, 2021, 3:04 PM IST

1. ଗଜପତିକୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ୮୨୦ କୋଟି ମୂଲ୍ୟ ପ୍ରକଳ୍ପର କଲେ ଉଦଘାଟନ

ଗଜପତି ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ୮୨୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ।

2. NCBର ପଚରାଉଚୁରା ଜାରି, ଶାହାରୁଖଙ୍କ ସହ ୨ ମିନିଟ କଥାବାର୍ତ୍ତାରେ କାନ୍ଦିଲେ ଆର୍ୟାନ

କ୍ରୁଜ ସିପ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ଗିରଫ ହୋଇଥିବା ଆର୍ୟାନଙ୍କୁ ଲଗାତାର ପଚରା ଉଚୁରା ଜାରି ରଖିଛି NCB । ଏହି ସମୟରେ ଆର୍ୟାନ କାନ୍ଦୁଥିବା ମଧ୍ୟ ସୂଚନା ମିଳିଛି ।

3. ପ୍ରିୟଙ୍କାଙ୍କ ସାହାସ ବଢାଇଲେ ରାହୁଲ, କହିଲେ ଅନ୍ନଦାତାଙ୍କୁ ଜିତାଇବା ପଛକୁ ହଟନି

ଖେରୀ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ପୋଲିସ । ଏହି ସମୟରେ ଭଉଣୀଙ୍କ ସାହାସ ଓ ଧୈର୍ଯ୍ୟ ବଢାଇଛନ୍ତି ଭାଇ ରାହୁଲ ।

4. ଟାଟା ପାଓ୍ୱାରକୁ ଝଟକା, ହଷ୍ଟେଲକୁ 24 ଘଣ୍ଟାରେ ବିଦ୍ୟୁତ ସଂଯୋଗ ଦେବାକୁ OHRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଟାଟା ପାଓ୍ୱାର ବିଦ୍ୟୁତ୍ ସଂଯୋଗ କାଟିବା ଘଟଣା । ହଷ୍ଟେଲକୁ 24 ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ ।

5. ଖେରୀ ହିଂସା: ଦେଶର ପ୍ରତି ଜିଲ୍ଲାରେ ପ୍ରତିବାଦ କରିବ BKU

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତ ଘଟଣାରେ ଜରୁରୀ ପଞ୍ଚାୟତ ବୈଠକ ଡାକିଛନ୍ତି ବିକେୟୁ ସଂଗଠନ ମୁଖ୍ଯ ରାକେଶ ଟିକାୟତ । ଏନେଇ ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ବିରୋଧ ପ୍ରର୍ଦଶନ ହେବ ବୋଲି ନିଷ୍ପତି ହୋଇଛି ।

6. ସ୍ପେଶାଲ ସ୍କ୍ୱାର୍ଡ ହାବୁଡ଼ରେ ଗଞ୍ଜେଇ ଚାଲାଣ ରାକେଟ

ବେଗୁନିଆ ଥାନା ଅନ୍ତର୍ଗତ ବଡବେରଣା ଛକ ନିକଟରେ ଏକ କାରକୁ ସନ୍ଦେହରେ ଅଟକାଇ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଜବତ କରିଛି ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାର୍ଡ । ଦୁଇ ଅଟକ ।

7. ମହାଳୟାରୁ ସୁବର୍ଣ୍ଣପୁରରେ ଆରମ୍ଭ ହେବ ମହାବଳି ଯାତ୍ରା, ୧୬ ଦିନରେ ୧୫ ବଳି

ଆଶ୍ବିନ ମହାଳୟା ଠାରୁ ସୋନପୁର ଗଡଜାତରେ ଆରମ୍ଭ ହେବ ଐତିହାସିକ ମହାବଳି ଯାତ୍ରା । ତେବେ କୋରୋନା କଟକଣାକୁ ଆଖି ଆଗରେ ରଖି ଆବଶ୍ୟକ ପୂଜାବିଧିରେ ବଳି କାର୍ଯ୍ୟ ସଂପାଦନ କରିବା ପାଇଁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି ।

8. ୨୪ ବର୍ଷରେ ପାଦ ଥାପିଲେ କ୍ରିକେଟର ଋଷବ ପନ୍ତ

1997 ଆକ୍ଟୋବର ମାସ ଆଜିର ଦିନରେ ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥଲେ ଭାରତୀୟ କ୍ରିକେଟର ଋଷବ ପନ୍ତ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ପନ୍ତ ।

9. Pandora Papers; ସାମ୍ନାକୁ ଆସିଲା ବଡବଡିଆଙ୍କ ଟିକସ ଠକେଇ, କ୍ରିକେଟର ସଚିନ ନାଁ ବି ସାମିଲ

ବିଦେଶରେ ପୁଳାପୁଳା ଟଙ୍କା ଜମା ରଖିଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି । ରାଜନେତାଠୁ ନେଇ କ୍ରୀଡାବିତ ପାଖିପାଖି ୩୦୦ରୁ ଅଧିକ ବଡବଡିଆ ସାମିଲ ଅଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନାଁ ସାମିଲ ।

10. IPL 2021: ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ଲଢେଇ

ଆଜି ଆଇପିଏଲର ୫୦ତମ ମ୍ୟାଚ । ଶୀର୍ଷ ସ୍ଥାନ ପାଇଁ ଚେନ୍ନାଇ-ଦିଲ୍ଲୀ ଲଢେଇ ।

ABOUT THE AUTHOR

...view details