ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 27, 2021, 3:04 PM IST

1. ବିଶ୍ବରେ ଶିମିଳିପାଳ ସାଜିଛି ବିରଳ 'କଳା ବାଘ'ଙ୍କ ଏକମାତ୍ର ଘର: ରିପୋର୍ଟ

ଆମେରିକା ଓ ଭାରତ ମିଳିତ ଗବେଷଣାର ରିପୋର୍ଟ ଅନୁସାରେ ବିଶ୍ବରେ ଅଧିକାଂଶ 'କଳା ବାଘ' ଶିମିଳିପାଳରେ ଦେଖିବାକୁ ମିଳିଛି । ଯାହାକି ଏହି କଳାବାଘଙ୍କ ଏକମାତ୍ର ଘର ପାଲଟିଛି ।

2. ଦୁର୍ବଳ ହେଉଛି ଗୁଲାବ; କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ । ବାତ୍ୟା ଗୁଲାବର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି । 2 ରୁ 3 ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡିଶା ଅତିକ୍ରମ କରିବ ।

3. ଓଡ଼ିଶାରେ ନାହିଁ ତୃତୀୟ ଲହରର ବିଶେଷ ପ୍ରଭାବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରୋନାର ତୃତୀୟ ଲହରକୁ ନେଇ ଓଡିଶାବାସୀଙ୍କ ଆଶ୍ବସ୍ତିକର ଖବର । ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଓଡ଼ିଶାରେ ନାହିଁ ତୃତୀୟ ଲହରର ବିଶେଷ ପ୍ରଭାବ ।

4. ଚାଷୀ ଜମିରେ ଭାସୁଛି ତେଲ; IOCL ବିରୋଧରେ ଚାଷୀ ମେଳି

ଆଇଓସିଏଲ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଏକର ଏକର ଜମିରେ ଆଇଓସିଏଲ ମଡାଇ ଦେଇଛି ତେଲ ମିଶା ପାଣି। ତେଲର ପ୍ରଭାବରେ ସଢ଼ି ଯାଇଛି ଧାନ ଗଛ । ଏନେଇ ଏକାଠି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ,ତ୍ରିଲୋଚନପୁର ଓ ବଡକଣ୍ଟା ଗାଁର ଚାଷୀ ।

5. ଭାରତ ବନ୍ଦ: ରାସ୍ତା ଅବରୋଧ କରି ଶତାଧିକ ଆନ୍ଦୋଳନକାରୀ ଅଟକ

ଭୁବନେଶ୍ବରରେ ଭାରତ ବନ୍ଦରେ ପ୍ରଭାବ । ଡମଣା ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରି ଥାନାରେ ଅଟକ ଶତାଧିକ ଆନ୍ଦୋଳନକାରୀ ।

6. ପିପିଲିରେ ନିର୍ବାଚନୀ ହିଂସା, ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ

ପିପିଲି ପୁଣି ନିର୍ବାଚନୀ ହିଂସା । ସାତସଙ୍ଖରେ ଥିବା ବିଜେପିର ନିର୍ବାଚନ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ମାଡ । ବିଜେଡିର ସମ୍ପୃକ୍ତି ଅଭିଯୋଗ ।

7. ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ

ଲଗାଣ ବର୍ଷା ଓ ବନ୍ୟା ପରେ ଫାଟିଲା ନଦୀବନ୍ଧ । ଭଦ୍ରକ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି ।

8. Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି । ପ୍ରତି ଭାରତୀୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ ଯାହାଦ୍ବାରା ଘରେ ବସି ବଡ ବଡ ହସ୍ପିଟାଲର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ ।

9. ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ପ୍ରସ୍ତୁତ କାବୁଲ ବିମାନବନ୍ଦର

ଆଫଗାନିସ୍ତାନରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡ଼ାଣ ପାଇଁ କାବୁଲ ଏୟାରପୋର୍ଟ ପ୍ରସ୍ତୁତ ବୋଲି କହିଛି ତାଲିବାନ ବୈଦେଶିକ ମନ୍ତ୍ରଣାଳୟ ।

10. IPL 2021: ଆଜି ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ

ଆଜି IPLର ୪୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ ।

ABOUT THE AUTHOR

...view details