ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 6, 2021, 2:58 PM IST

1. କୋଭିଡ ମୁକାବିଲା: 3 ଜିଲ୍ଲା ପାଇଁ 8 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ କୋଭିଡ଼ ମୁକାବିଲା ଲାଗି 3 ଜିଲ୍ଲା ପାଇଁ 8 କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

2. 'କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ'

କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି।

3. ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ, 22 ଦିନରେ ଗୋଟିଏ ପରିବାରର 5 ମୃତ

ପୁଣି ଏକ ଅଭାବନୀୟ ଘଟଣା । 22 ଦିନରେ ଗୋଟିଏ ପରିବାରର 5 ମୃତ । କୋଭିଡ ଲକ୍ଷଣ ଥାଇ ମଧ୍ୟ ଆଣ୍ଟିଜେନ ରିପୋର୍ଟ ନେଗେଟିଭ । ଘଟଣାଟି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ଚକ୍ରଉତା ଗାଁର ।

4. ବେଙ୍ଗଲରେ ଥମୁନି ହିଂସା: କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାରେ ନାଁ ନେଉନି । କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଗାଡି ଉପରକୁ ଆକ୍ରମଣ ।

5. ଭେଣ୍ଟିଲେଟରରେ ପ୍ରଦୀପ୍ତ; ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ 24 ଘଣ୍ଟା ହେଲା ତାଙ୍କୁ AIIMS ଭେଣ୍ଟିଲେଟରରେ ରଖାଯାଇଛି

6. କୋରୋନାରେ ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାତାଙ୍ଗ ସିଂହ

ପୁଣି କୋରୋନାରେ ଆଖି ବୁଜିଲେ ଜଣେ ନେତା । 58 ବର୍ଷ ବୟସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ମାତାଙ୍ଗ ସିଂହଙ୍କର ଆଜି(ଗୁରୁବାର) ପରଲୋକ ହୋଇଛି ।

7. କୋରୋନାରେ ଆଖି ବୁଜିଲେ ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ

କୋରୋନାରେ ଆଖି ବୁଜିଛନ୍ତି ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ । ଏପ୍ରିଲ 26 ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

8. ଆଜି ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ ?

ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି ।

9. ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ଅକ୍ସିଜେନ ଯୋଗାଣ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି ।

10. ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଦରକାର: ସ୍ବରା ଭାସ୍କର

ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ ସ୍ବରା ଭାସ୍କର । ଦେଶ ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ ଅଛି ବୋଲି କହି ଚର୍ଚ୍ଚାରେ ଅଭିନେତ୍ରୀ ।

ABOUT THE AUTHOR

...view details