ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Dec 3, 2020, 3:10 PM IST

1.ଅଫଲାଇନରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଅଫଲାଇନରେ ପରୀକ୍ଷା ଦେବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥର ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ହେବା ନେଇ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

2. ଖସୁଛି ପାରଦ ବଢୁଛି ଶୀତ, 15 ଡିଗ୍ରୀ ତଳେ ୧୭ ସହର

ଖସୁଛି ପାରଦ ବଢୁଛି ଶୀତ । ପ୍ରତ୍ୟେକ ଦିନ 10 ଡିଗ୍ରୀ ତଳେ 3ଟି ସହରର ତାପମାତ୍ରା ରହୁଥିବା ବେଳେ ଆଜି 15 ଡିଗ୍ରୀ ତଳକୁ ୧୭ ଟି ସହର ରହିଛି । ତେବେ ୮.୮ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର ।

3.ପରୀ ହତ୍ୟାକାଣ୍ଡ ମାମଲା: ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡର ପରୀ ହତ୍ୟାକାଣ୍ଡରେ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

4.କୋରୋନା ଟେଷ୍ଟରେ ଓଡିଶା ଛୁଇଁଲା ମାଇଲଖୁଣ୍ଟ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ମାତ୍ର ସାଢେ 4 ମାସରେ ରାଜ୍ୟରେ ହୋଇଛି 60 ଲକ୍ଷ କୋରୋନା ଟେଷ୍ଟ । ଏଥିପାଇଁ ଟ୍ବିଟ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5.ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ସାମ୍‌ନାର ଟାର୍ଗେଟ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁମ୍ବାଇ ଗସ୍ତକୁ ନେଇ ଶିବସେନା ମୁଖପତ୍ର ସାମ୍‌ନା ଟାର୍ଗେଟ କରିଛି ।

6.ମାଡି ଆସୁଛି ବାତ୍ୟା ‘ବୁରେଭି’, ସଜାଗ ପ୍ରଶାସନ

ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ‘ବୁରେଭି’ ତାମିଲନାଡୁ ଆଡକୁ ମାଡି ଆସୁଛି । ଯାହାକୁ ନେଇ ପ୍ରଶାସନ ସଜାଗ ରହିଛି ।

7.ହକ୍‌ ପାଇଁ ରାଜରାସ୍ତାରେ ଚାଷୀ

ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ପକ୍ଷରୁ ରାଲି ।

8.ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଜୋରିମାନା ଗଣିଲେ ମେସି

ବିଶ୍ବର ଲୋକପ୍ରିୟ ଫୁଟବଲର ଲିଓନେଲ୍‌ ମେସି ଓସାସୁନା ବିପକ୍ଷ ମ୍ୟାଚରେ ଭିନ୍ନ ଢଙ୍ଗରେ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଏହାପରେ ତାଙ୍କୁ ସ୍ପାନିଶ୍‌ ଫୁଟବଲ ସଂଘ 600 ୟୁରୋର ଜୋରିମାନା ଲଗାଇଛି ।

9.‘ଗୋଲ୍ଡଫିସ୍‌’ରେ ଧମାଲ କରିବେ ନୀନା-କଲ୍କୀ

ପ୍ରଥମଥର ଏକାଠି କାମ କରିବାକୁ ଯାଉଛନ୍ତି ନୀନା ଓ କଲ୍କି । ଯାହାକୁ ନେଇ ଏକ୍ସାଇଟେଡ ଅଛନ୍ତି ଏହି ଯୋଡି ।

10.‘ବିଗବସ 13’ ଫେମ ହିମାଂଶୀଙ୍କୁ ବ୍ଲକ କଲେ କୁଇନ

ହିମାଂଶୀଙ୍କ ଉପରେ ଅସନ୍ତୋଷ ହୋଇ ତାଙ୍କୁ ଟ୍ବିଟରରୁ ବ୍ଲକ କଲେ କଙ୍ଗନା । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଟ୍ବିଟର ବିରୋଧ କରିଥିଲେ ହିମାଂଶୀ ।

ABOUT THE AUTHOR

...view details