ଓଡିଶା

odisha

ETV Bharat / bharat

TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @3PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM
TOP NEWS@5PM ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Nov 27, 2020, 5:01 PM IST

1.ବିଧାନସଭା ସାମ୍ନାରେ 3 ଜଣ ଚାଷୀଙ୍କ ଆତ୍ମହୁତି ଉଦ୍ୟମ

ବିଧାନସଭା ସମ୍ମୁଖରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ 3ଜଣ ଚାଷୀ ।

2.ବିଧାୟକ ସୌମ୍ୟଙ୍କ ସମ୍ବେଦନହୀନ ମନ୍ତବ୍ୟ, ପରୀ ହତ୍ୟାକାଣ୍ଡ ସାମାନ୍ୟ ଘଟଣା

ପରୀ ହତ୍ୟା ଘଟଣା ଏକ ଛୋଟିଆ ଅଘଟଣ। ପରବର୍ତ୍ତୀ ସମୟରେ ପୋଲିସ ଏହାକୁ ହତ୍ୟା ବୋଲି କହିଛି । ସେଥିରେ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତରେ ଜଣାପଡ଼ିବ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

3.ବିଧାନସଭା ଶୀତ ଅଧିବେଶନ: ଆସନ୍ତାକାଲି ଯାଏ ଗୃହ ମୁଲତବୀ

ପରୀ ମାମଲା ନେଇ ଗୃହରେ ଥମୁନି ତାତି । ବିରୋଧୀ ବିଜେପି ବିଧାୟକଙ୍କ ହୋହଲ୍ଲା ଜାରି । ଫଳରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

4.ବାଲୁକା କଳାରେ ବଡଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ବାଲୁକା କଳାରେ ବଡଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜ୍ଜିତ ହୋଇଛନ୍ତି ମହାବାହୁ ।

5.ଉତ୍କଳ ବିଶ୍ଵବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ, କ୍ୟାମ୍ପସ ହେବ ଡିଜିଟାଲ

ଉତ୍କଳ ବିଶ୍ବବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିଟାଲକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କୁଳପତି କହିଛନ୍ତି ।

6.ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସକୁ ଲାଗିଛି ବଡ ଝଟକା । ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଛନ୍ତି ମମତା ସରକାରରଙ୍କ କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

7.ପ୍ରଦର୍ଶନକାରୀ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶର ଅନୁମତି, ବୁରାଡି ଗ୍ରାଉଣ୍ଡରେ କରିବେ ଆନ୍ଦୋଳନ

ଚାଷୀଙ୍କ ଦିଲ୍ଲୀ ମାର୍ଚକୁ ମିଳିଛି ଅନୁମତି । ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିପାଇଁ ଚାଷୀଙ୍କୁ ଅନୁମତି ପ୍ରଦାନ କରିଛି ଦିଲ୍ଲୀ ପୋଲିସ ।

8.PDP ନେତା ୱାହିଦଙ୍କୁ 15 ଦିନିଆ ରିମାଣ୍ଡରେ ନେଲା NIA

ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇଥିବା PDP ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହିଦ ଉର ରହେମାନ ପର୍ରାକୁ 15 ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ସୁରକ୍ଷା ଏଜେନ୍ସି (NIA)

9.ଦିଲ୍ଲୀରେ ସ୍ବାଭାବିକ ହେଉଛି ବାୟୁ ଗୁଣବତ୍ତା

ଦିଲ୍ଲୀରେ ଶୁକ୍ରବାର ବାୟୁମଣ୍ଡଳରେ ସ୍ବଚ୍ଛତା ଦେଖାଦେଇଛି । ତେବେ ବାୟୁ ପ୍ରବାହର ଦିଗରେ ପରିବର୍ତ୍ତନ ଯୋଗୁଁ ବାୟୁ ଗୁଣବତ୍ତାରେ ସୁଧାର ଆସିଥିବା ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ।

10.34 ବର୍ଷରେ ପଦାର୍ପଣ କଲେ ଟି-20 ସ୍ପେଶାଲିଷ୍ଟ ସୁରେଶ ରାଇନା

ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ଓ ପୂର୍ବତନ ଭାରତୀୟ କିକ୍ରେଟର ସୁରେଶ ରାଇନାଙ୍କ ଜନ୍ମଦିନ । 34 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଇନା ।

For All Latest Updates

ABOUT THE AUTHOR

...view details