ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 25, 2022, 1:05 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ଫଳ

ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

2. ମାଟିତଳୁ ମିଳିଲା ଦନ୍ତାର କଙ୍କାଳ, 4 ଗିରଫ

ରାଜ୍ୟରେ ଥମୁନି ହାତୀ ଶିକାର । ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରୁ ମିଲିଲା ଦନ୍ତା ହାତୀର କଙ୍କାଳ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ।

3. ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପୁଡୁଚେରୀର ଆରୋଭିଲରେ ଥିବା କଫି ଆଇଡିଆସ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟର ବ୍ରାଉନ ଭ୍ୟାଲି କଫିର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି ।

4. Maharshtra Political Crisis: ସିନ୍ଦେ ହାତେଇବେ କି ଶିବସେନା ଦଳର ପ୍ରତୀକ ?

ସିନ୍ଦେଙ୍କ ବିଦ୍ରୋହ ଡାକରା ପରେ ଟଳମଳ ମହାରାଷ୍ଟ୍ର ଗାଦି । ସିନ୍ଦେଙ୍କ ନିକଟରେ ବହୁ ବିଧାୟକଙ୍କ ସମର୍ଥନ ଥିବା ବେଳେ ସେ ଶିବସେନା ଦଳର ପ୍ରତୀକ ଓ ନାମ ହାତେଇବେ ବୋଲି ଚର୍ଚ୍ଚା ହେଉଛି । ତେବେ ଶିବସେନାର ନୂଆ ନେତା କିଏ ହେବେ ସେ ନେଇ ଜାରି ରହିଛି କଳ୍ପନା ଜଳ୍ପନା ।

5. ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ଟ୍ବିଟ୍‌

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆପତ୍ତିଜନକ ଟିପ୍ପଣୀ । ଥାନାରେ ଅଭିଯୋଗ କଲେ ବିଜେପି ନେତା ।

6. Presidential Polls: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବହୁଜନ ସମାଜବାଦୀ ପାର୍ଟି(BSP) ମୁଖ୍ୟ ମାୟାବତୀ ।

7. ଜୁଲାଇରେ ଆସିପାରେ ନୂଆ ଶ୍ରମ କୋଡ୍, ସପ୍ତାହକୁ ମିଳିବ ୩ ଦିନ ଛୁଟି

ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ସପ୍ତାହକୁ ୩ ଦିନ ଛୁଟି ପାଇବେ କର୍ମଚାରୀ ।

8. Covid 19 Vaccine: ୭ରୁ ୧୧ବର୍ଷ ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା

ସେରମ୍ ଇନଷ୍ଟିଚ୍ୟୁଟର(Serum Institute) କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କଲା ଭାରତର କେନ୍ଦ୍ରୀୟ ଔଷଧ ପ୍ରାଧିକରଣର ଏକ ବିଶେଷଜ୍ଞ ପ୍ୟାନେଲ୍ ।

9. ଭଲ ଖବର: ବୁଦ୍ଧି ଖଟାଇଲେ ଗ୍ରାମବାସୀ, ପାହାଡରୁ ବାଉଁଶରେ ଗାଁକୁ ଆଣିଲେ ପାଣି

ବର୍ଷ ବର୍ଷ ବିତିଗଲା, ଶୁଣିଲାନି ପ୍ରଶାସନ । ନିଜ ଗାଁକୁ ପାଣି ଆଣିବା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ। ବୁଦ୍ଧି ଖଟାଇ ପାହାଡ ଝରଣାରୁ ବାଉଁଶରେ ଆସିଲା ପାଣି ।

10. ବଡିକନ୍ ଗାଉନ୍‌ରେ ମୋନିଙ୍କ ଷ୍ଟାଇଲିସ୍‌ ଲୁକ୍‌

ମୋନି ରୟ ତାଙ୍କ କର୍ଭି ଫିଗର ପାଇଁ ଜଣାଶୁଣା । ଅଭିନେତ୍ରୀ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ମୋନି ବଡିକନ୍ ଗାଉନ୍ ପିନ୍ଧିଛନ୍ତି।

ABOUT THE AUTHOR

...view details