ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 30, 2022, 1:05 PM IST

ନଜର ପକାନ୍ତୁ @1PM ସୁଦ୍ଧା କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. PM CARES For Children Scheme: ପିଲାଙ୍କ ସହ କଥା ହେଲେ ମୋଦି, ପ୍ରଦାନ କଲେ ସ୍କଲାରସିପ୍‌

ଆଜି (ସୋମବାର) ପିଏମ କେୟାର୍ସ ଯୋଜନାରେ (PM CARES for Children Scheme) ଲାଭାଶଂ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।

2. HDFC Bankର ବଡ ଧରଣର ଭୁଲ, ୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା କଲା ୧୩ କୋଟି

କିଛି ସମୟ ପାଇଁ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି କିଛି HDFC ବ୍ୟାଙ୍କ ଉପଭୋକ୍ତା । କାରଣ ସେମାନଙ୍କ ଆକାଉଣ୍ଟରେ ଜମା ହୋଇଛି ୧୩ କୋଟି ଟଙ୍କା । କିପରି ଏହା ଘଟିଲା ଜାଣନ୍ତୁ

3. Nepal Aircraft Missing: ମିଳିଲା 14 ଯାତ୍ରୀଙ୍କ ମୃତଦେହ

ରବିବାର ନିଖୋଜ ହୋଇଥିବା ତାରା ଏୟାରଲାଇନ୍ସର 9N-AET ବିମାନର ଭଗ୍ନାବଶେଷ ଠାବ କଲେ ଅପରେସନ ଦଳ । ଆଜି ଘଟଣାସ୍ଥଳରେ ନେପାଳ ସେନା ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା 14ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।

4. ବ୍ରଜରାଜନଗର ଉପନିର୍ବାଚନ: ମଙ୍ଗଳବାର ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି (ମଙ୍ଗଳବାର) ବ୍ରଜରାଜନଗର ବିଧାନସଭା ଆସନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

5. ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର, ଖର୍ଚ୍ଚ ହେବ 3000 କୋଟି

ବିଶ୍ବସ୍ତରୀୟ ହେବ ପାରାଦ୍ବୀପ ବନ୍ଦର । ବନ୍ଦର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ବିନିଯୋଗ ହେବ 3,004.63 କୋଟି ଟଙ୍କା ।

6. ଅଧାରେ ରହିଲା ଓଷା, ଟ୍ରକ ଧକ୍କାରେ ଲିଭିଗଲା 2 ସାବିତ୍ରୀଙ୍କ ଜୀବନ ଦୀପ

ଜରପଡା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ଧକ୍କା ହେଲା ଅଟୋ । ଘଟଣାସ୍ଥଳରେ ୨ ମହିଳାଙ୍କ ଗଲା ଜୀବନ ।

7. ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, କାଠ ଫାଳିଆରେ ଯୁବକଙ୍କୁ କଲେ ଆକ୍ରମଣ

ସପିଂ ମଲ ସାମ୍ନାରେ ଯୁବକଙ୍କୁ କାଠ ଫାଳିଆରେ ଆଖିବୁଜା ଆକ୍ରମଣ କରି ପୁଣି ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ ।

8. 3 years of Modi Govt 2.0: ଆଜିଠୁ ବିଜେପିର ଜନସମ୍ପର୍କ ଅଭିଯାନ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ୩ ବର୍ଷ ପୂରଣ ହୋଇଛି । ତିନି ବର୍ଷ ପୂର୍ବେ ଆଜିର ଦିନରେ ମୋଦିଙ୍କ ଦମଦାର ବିଜୟ ପରେ ୩୦ ମେ ୨୦୨୦ରେ ଦ୍ବିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ ।

9. Home Loan: ଘର କିଣିବା ପୂର୍ବରୁ ନିଶ୍ଚିତ ଜାଣନ୍ତୁ ଏହି କଥା

ଘର କିଣିବା ପ୍ରତ୍ୟେକଙ୍କ ସ୍ବପ୍ନ ହୋଇଥାଏ । ହେଲେ ନିଜ ଇଚ୍ଛାକୁ ପୂରଣ କରିବାକୁ ହେଲେ ଅନେକ କଥାକୁ ଧ୍ୟାନରେ ରଖିବାକୁ ପଡିଥାଏ । ଯେପରିକି ଆପଣଙ୍କ ରୋଜଗାର କେତେ, ଆପଣ କେତେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏଭଳି ଅନେକ କଥା ଧ୍ୟାନରେ ରଖିବା ଆବଶ୍ୟକ । ଯଦି ଆପଣ ହୋମ ଲୋନ୍‌ ନେବାକୁ ଯାଉଛନ୍ତି ତେବେ ETV Bharat ଆପଣଙ୍କୁ କହିବ କେଉଁ କଥାକୁ ନିଶ୍ଚିତ ଧ୍ୟାନରେ ରଖିବା ଆବଶ୍ୟକ ।

10. ବ୍ଲାକ ଲେହେଙ୍ଗାରେ କ୍ରୀତିଙ୍କ ଜବରଦସ୍ତ ଲୁକ୍‌

ବଲିଉଡ଼ର 'ପରମ ସୁନ୍ଦରୀ' କ୍ରୀତି ସାନନ କଳା ରଙ୍ଗର ଲେହେଙ୍ଗାନରେ ନିକଟରେ ନଜର ଆସିଛନ୍ତି । ଏଥିରେ ତାଙ୍କର କିଲର ଲୁକ୍‌ର ଫିଦା ହୋଇଛନ୍ତି ଫ୍ୟାନ୍ସ । ଦେଖନ୍ତୁ ଫଟୋ

ABOUT THE AUTHOR

...view details