ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 2, 2022, 1:08 PM IST

୧. ଆରମ୍ଭ ହେଲା ସ୍କୁଲରେ ମଧ୍ୟାହ୍ନଭୋଜନ, ଏକାଠି ଖାଇ ବେଶ ଖୁସି ଛାତ୍ରଛାତ୍ରୀ

ଆଜି(ଶନିବାର)ଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ଦିଆଯାଇଛି ମଧ୍ୟାହ୍ନ ଭୋଜନ । ଦୀର୍ଘ ଦିନ ପରେ ସାଙ୍ଗସାଥୀଙ୍କ ସହିତ ଏକାଠି ଖାଇ ବେଶ ଖୁସି କୁନି କୁନି ପିଲା ।

୨.ଜଳୁଛି ତେଳ, ମାଲକାନାଗିରିରେ ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର

ତେଲ ଦରରେ ଲାଗୁନି ଲଗାମ । ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର ।

୩. ମୁଖ୍ୟମନ୍ତ୍ରୀ ବାଛିବେ ଡେପୁଟି ମେୟର, ଖୁଲାସା କଲେ ମେୟର ଓ ମନ୍ତ୍ରୀ

କଟକରେ ଡେପୁଟି ମେୟରକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଏହି ଦିଗରେ କେବଳ ମୁଖ୍ୟମନ୍ତ୍ରୀ ହିଁ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି କଟକ ମେୟର ଓ ନଗର ଉନ୍ନୟନ ମନ୍ତ୍ରୀ ।

୪. ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

୫. ସହିପାରିଲେନି ଟାହିଟାପରା, ବିବାହିତ ପ୍ରେମିକ ସହ ଝୁଲିପଡିଲା ପ୍ରେମିକା

ଅମ୍ବାଦଳା ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗ୍ରାମରେ ଅଭାବନୀୟ ଘଟଣା। ଗାଁ ନିକଟ ଜଙ୍ଗଲର ଏକ ମହୁଲ ଗଛରେ ବେକରେ ଶାଢ଼ୀ ଲଗାଇ ଦୁଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

୬. Karnataka Assembly Polls: କର୍ଣ୍ଣାଟକରେ ୧୫୦ ଆସନରୁ ଗୋଟିଏ ବି କମ୍ ଚାହୁଁନାହାନ୍ତି ରାହୁଲ

ଆସନ୍ତା ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏଠାରେ ୨୨୪ ଆସନରୁ ୧୫୦ ଆସନ ଜିତିବା ପାଇଁ ଟାର୍ଗେଟ କଲେ ରାହୁଲ ।

୭. କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାକର ସେଲଙ୍କ ହୃଦଘାତରେ ମୃତ୍ୟୁ

ବହୁଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ । ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ।

୮. ଭାରତକୁ ରିହାତି ଦରରେ ତେଲ ଅଫର ଦେଲା ଋଷ

ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଉଦ୍ୟମ କରିଛି ଋଷ । ଏଥିପାଇଁ ବନ୍ଧୁ ରାଷ୍ଟ୍ର ଭାରତକୁ ରିହାତି ଦରରେ ତେଲ ଯୋଗାଇ ଦେବାକୁ ଅଫର ଦେଇଛି।

୯. FIH Pro League: କଳିଙ୍ଗ ଷ୍ଟାଡିଅମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ

କଳିଙ୍ଗ ଷ୍ଟାଡିୟମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ଏହି ମ୍ୟାଚ ଆଜି ସନ୍ଧ୍ୟା 7ଟା 30ରେ ଖେଳାଯିବ ।

୧୦. Bharti Singh Baby Delivery: ଜାଆଁଳା ଛୁଆର ମାଆ ହେଲେ ଭାରତୀ ସିଂ !

ନିକଟରେ ଭାରତୀ ସିଂ ହୁନରବାଜର ସୁଟିଂ ଶେଷ କରୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ତାଙ୍କର ଆଉ ଏକ ରିଆଲିଟି ସୋ "ଦ ଖତରା ଖାତାର ଶୋ" ଆସୁଛି, ଯେଉଁଥିରେ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଏକାଠି ହୋଷ୍ଟ ଭୂମିକାରେ ନଜର ଆସିଛନ୍ତି।

ABOUT THE AUTHOR

...view details