ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 28, 2022, 1:10 PM IST

1. ଗୃହରେ ଉଠିଲା ମାନସ ହତ୍ୟାକାଣ୍ଡ ପ୍ରସଙ୍ଗ, CBI ତଦନ୍ତ ଦାବି କଲେ ସାଲୁଜା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା । ଆଜି(ସୋମବାର) ବିଧାନସଭାର ଶୁନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ ।

2. BSKYରେ ଅବ୍ୟବସ୍ଥାକୁ ନେଇ କମ୍ପିଲା ଗୃହ, ତଥ୍ୟ ମାଗିଲେ ବିରୋଧୀ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କମ୍ପିଲା ଗୃହ ।

3. ରାଜଧାନୀରେ ଭାରତ ବନ୍ଦ ପ୍ରଭାବ, ପେଟ୍ରୋଲ ପମ୍ପ ସାମ୍ନାରେ ଲମ୍ବା ଲାଇନ

୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି ।

4. ଆଜିଠୁ ଗୋଆରେ ପୁଣି ସାୱନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ଦ୍ବିତୀୟ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ । ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି ।

5. Kashmir Files Impact: ବଦଳିଲା ସ୍କୁଲ ନାଁ, ଏହି କଶ୍ମୀର ପଣ୍ଡିତଙ୍କ ନାମରେ ହେବ ଚିହ୍ନିତ

କାଶ୍ମୀର ଫାଇଲ୍ସ ପରେ ବର୍ତ୍ତମାନ ଏକ ପ୍ରାଥମିକ ବିଦ୍ୟାଳୟର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ରୋହିଣୀ ସ୍ଥିତ ନିଗମ ପ୍ରାଥମିକ ବିଦ୍ୟାଳୟର ନାମ ଟିକା ଲାଲ ଟପଲୁ (Tika Lal Taploo) ରଖାଯାଇଛି ।

6. ଆପ୍‌ ନେତାଙ୍କ ନୂଆ ଅବତାର: Lakme Fashion Weekରେ ସାଜିଲେ ଶୋ’ ଟପ୍ପର

ଲାକମେ ଫ୍ୟାଶନ୍ ୱିକ୍‌ର ଫ୍ୟାଶନ ଶୋ ରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ନେତା ତଥା ପଞ୍ଜାବରୁ ରାଜ୍ୟସଭା ପାଇଁ ପାର୍ଟି ପକ୍ଷରୁ ଚୟନିତ ହୋଇଥିବା ରାଘବ ଚଢ୍ଢା ରାମ୍ପ ୱାକ୍ କରିଛନ୍ତି ।

7. ଆଜିଠୁ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଚଳିତ ବର୍ଷ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜିଠୁ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିବେ ।

8. ଯୁବତୀଙ୍କୁ 5 ଘଣ୍ଟା ଅଟକ ରଖିଲା ପୋଲିସ, ଟାହିଟାପରା ସହିନପାରି ପିଇଲେ କୀଟନାଶକ

ଟାହିଟାପରାରୁ ଆତ୍ମହତ୍ୟା ଘଟଣା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ । ଅଧିକ ପଢନ୍ତୁ

9. ଭାରତ ବନ୍ଦ: ରାଜଧାନୀରେ ଫସିଲା ପଶ୍ଚିମବଙ୍ଗର ଆମ୍ବୁଲାନ୍ସ

ଭୁବନେଶ୍ବରରେ ଭାରତ ବନ୍ଦରେ ପ୍ରଭାବ । ପଶ୍ଚିମବଙ୍ଗରୁ ଗୁରୁତର ରୋଗୀକୁ ନେଇ ଏମ୍ସ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ଆଚାର୍ଯ ଵିହାର ନିକଟରେ ଫସିରହିଥିବା ଘଟଣା ସାମ୍ନାକୁ ଆସିଛି ।

10. IPL 2022: ଆଜି ଗୁଜୁରାଟ- ଲକ୍ଷ୍ନୌ ମୁକାବିଲା, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଦୁଇ ନୂଆ ଦଳ

ଆଜି ଆଇପିଏଲ ୧୫ ସଂସ୍କରଣର ଚତୁର୍ଥ ମ୍ୟାଚ ଖେଳାଯିବ । ଚଳିତ ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ଆଜି (ସୋମବାର) ପରସ୍ପରକୁ ଭେଟିବେ ।

ABOUT THE AUTHOR

...view details