ଓଡିଶା

odisha

By

Published : Aug 31, 2021, 1:06 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଶପଥ ନେଲେ ସୁପ୍ରିମକୋର୍ଟର ୯ ନବନିଯୁକ୍ତ ବିଚାରପତି

ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ । ଆଜି(ମଙ୍ଗଳବାର) ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା ।

2. ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ଖୁସି ମନାଇଲେ ତାଲିବାନୀ

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଆକାଶ ମାର୍ଗକୁ ଗୁଳି ଚଳାଇ ଖୁସି ମନାଇଲେ ତାଲିବାନ ଆତଙ୍କବାଦୀ ।

3. ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ, କଟକରୁ ସର୍ବାଧିକ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7969କୁ ବୃଦ୍ଧି ହୋଇଛି ।

4. STATE CORONA: ଦିନକରେ 638 ପଜିଟିଭ, ଅଛନ୍ତି ୧୧୦ ଶିଶୁ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ କୋରୋନା ପଜିଟିଭ ଚିହ୍ନଟ ।

5. ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି

ପୃଥିବୀ ପୃଷ୍ଠରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦ ମହୋତ୍ସବ ନୀତି ।

6. INDIA CORONA: ଦିନକରେ 30 ହଜାର 941 ପଜିଟିଭ ଚିହ୍ନଟ, 350 ମୃତ

ଦେଶରେ କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟାରେ 30 ହଜାର 941 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ଯଥେଷ୍ଟ କମ । ଏହାସହ ୩୫୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

7. ଭୁଲରେ ପାକିସ୍ତାନ ପଳାଇଥିଲେ ପ୍ରହ୍ଲାଦ, ୨୩ ବର୍ଷ ପରେ ଫେରିଲେ ଭାରତ

ଦୀର୍ଘ ୨୩ ବର୍ଷ ଧରି ପାକିସ୍ତାନ ଜେଲରେ ରହିବା ପରେ ପଞ୍ଜାବର ଅଟାରୀ-ୱାଘା ସୀମା ଦେଇ ଗତକାଲି ଭାରତ ଫେରିଛନ୍ତି ପ୍ରହ୍ଲାଦ । ୩୩ ବର୍ଷ ବୟସରେ ନିଖୋଜ ହେଲେ ୫୬ ବର୍ଷରେ ଫେରିଲେ ।

8. Tokyo Paralympics: ଏୟାର ପିସ୍ତଲ ଏସଏଚ୧ ଫାଇନାଲରେ ରୁବିନା

ଆଜି(ମଙ୍ଗଳବାର) ମହିଳା ୧୦ମିଟର ଏୟାର ପିସ୍ତଲ ଏସଏଚ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ରୁବିନା ଫ୍ରାନ୍ସିସ ।

9. କାର ଓ ଟ୍ରଲର ମୁହାଁମୁହିଁ ଧକ୍କା, ୧୧ ମୃତ ୭ ଆହତ

କାର ଓ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ପ୍ରାଣ ହରାଇ ଥିବାବେଳେ ୭ ଜଣ ଆହତ ହୋଇଛନ୍ତି ।

10. ପୁଣି ଚର୍ଚ୍ଚାରେ ନୟାଗଡର ଭାଇରାଲ ଗାର୍ଲ ପ୍ରୀତି, ସାମ୍ନାକୁ ଆସିଲା ୪କ’ ପଣିକିଆର ଭିଡିଓ

ନୟାଗଡର ଭାଇରାଲ ଗାର୍ଲ ପ୍ରୀତି ସୁଲଗ୍ନା । ୩ କ’ ପଣିକିଆକୁ ଏକ ଭିନ୍ନଶୈଳୀରେ ଆବୃତି କରି ଚର୍ଚ୍ଚାରେ ଥିବା ପ୍ରୀତି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ABOUT THE AUTHOR

...view details