ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 26, 2021, 1:03 PM IST

Updated : Aug 26, 2021, 1:08 PM IST

1.ଗୁରୁଦିବସ ପୂର୍ବରୁ ସରିବ ସମସ୍ତ ଶିକ୍ଷକଙ୍କ ଟୀକାକରଣ

ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟୀକାକରଣ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରାକାର । ଟୀକାକରଣ ହୋଇଥିବା ଏବଂ ଟିକା ନେଇନଥିବା ଶିକ୍ଷକଙ୍କ ତୁରନ୍ତ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ।

2.ତୃତୀୟ ଲହର ମୁକାବିଲା, ବେଡ଼-ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ

ରାଜ୍ୟରେ କୋରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

3.ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ ।

4.ଘର ଛାତ ଭୁଶୁଡି ୩ ମୃତ

ଉତ୍ତରପ୍ରଦେଶର କାନପୁରରେଘରର ଛାତ ଭୁଶୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

5.ଆଫଗାନ ସଙ୍କଟ; ଆମେରିକା ସେନା ଯିବା ପରେ କଣ ହେବ ସ୍ଥିତି ?

ଆଫଗାନିସ୍ତାନରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି । ଖାଲି ବିଦେଶୀ ନୁହଁନ୍ତି, ଆଫଗାନବାସୀ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡିବାରେ ଲାଗିଛନ୍ତି । ଏପରି ସ୍ଥଳେ ଆମେରିକା ସେନାର ଉପସ୍ଥିତି ସରି ସରି ଆସୁଛି ।

6.ବଢିଲା ବିଜେପି-ଶିବସେନା ବିବାଦ, ଠାକରେ ଦମ୍ପତିଙ୍କ ନାମରେ ଏତଲା

ସିଏମ ଉଦ୍ଧବ ଠାକରେ ତାଙ୍କ ପତ୍ନୀ 'ସାମାନା' ସମ୍ପାଦକ ରଶ୍ମି ଠାକରେ ଏବଂ ଯୁବ ସେନା ମୁଖ୍ୟ ବରୁଣ ସରଦେଶାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି ବିଜେପି । ନାସିକ ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡିଛି ।

7.ଆଫଗାନିସ୍ତାନରୁ ଆସିଥିବା ୭୮ ଜଣଙ୍କ ମଧ୍ୟରେ ନାହାଁନ୍ତି କୋରୋନା ପଜିଟିଭ: ITBP

ତାଲିବାନୀ ଶାସନ ଭୟରେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକେ । ମଙ୍ଗଳବାର ଆଫଗାନିସ୍ତାନରୁ ଆସିଥିବା 78 ଜଣଙ୍କ ମଧ୍ୟରେ କେହି କୋଭିଡ ପଜିଟିଭ ନଥିବା ITBP ପକ୍ଷରୁ ସୂଚନା ଦିଆଯାଇଛି ।

8.ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି, ହଟିଲେ ମହାପାତ୍ର ଦାୟିତ୍ବ ନେଲେ ମୁଦୁଲି

ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଦାୟିତ୍ବରୁ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଦାୟିତ୍ବ ଦେଲା ଦଳ ।

9.NMP ଯୋଜନାକୁ ମମତାଙ୍କ ବିରୋଧ, କହିଲେ ଦେଶର ସମ୍ପତ୍ତି ବିଜେପି କି ମୋଦିଙ୍କର ନୁହେଁ

National Monetisation Pipeline(NMP)କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କଡା ଟାର୍ଗେଟ । ଏହି ଯୋଜନାରେ ବିକ୍ରି ହେବାକୁ ଥିବା ସମ୍ପତ୍ତିର ଅର୍ଥରେ ବିଜେପି ନିର୍ବାଚନ ଲଢିବ ବୋଲି ମମତାଙ୍କ ଅଭିଯୋଗ

10.CORONA DEATH REPORT: ଆଉ ୬୬ ଜଣଙ୍କ ମୃତ୍ୟୁ

ଆଜି(ଗୁରୁବାର) ଦିନକରେ ୬୬ ଜଣଙ୍କ ଜୀବନ ନେଇଛି ମହାମାରୀ । କଟକରୁ ଜିଲ୍ଲାରୁ ସର୍ବାଧିକ ୧୫ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Aug 26, 2021, 1:08 PM IST

ABOUT THE AUTHOR

...view details