ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 25, 2021, 1:01 PM IST

1. G-7: ତାଲିବାନକୁ ଜି-7ର ପ୍ରଥମ ସର୍ତ୍ତ, ଅଗଷ୍ଟ ୩୧ ପରେବି କରିବୁ ସ୍ଥାନାନ୍ତରଣ

G7 ସମ୍ମିଳନୀରେ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ ପ୍ରକ୍ରିୟା ନେଇ ମତ ରଖିଲେ ଜୋ ବାଇଡେନ । ବ୍ରିଟେନ ପ୍ରଧାନମନ୍ତ୍ରୀ ରଖିଲେ ଏହି ସର୍ତ୍ତ ।

2. ଦେଶ ଛାଡି ପାରିବେନି ଆଫଗାନୀ, ବିମାନବନ୍ଦର ରାସ୍ତା ବନ୍ଦ କଲା ତାଲିବାନ

ଆଉ ଦେଶ ଛାଡି ପାରିବେନି ଆଫଗାନିସ୍ତାବାସୀ । ଭୟରେ ଦେଶ ଛାଡୁଥିବା ଆଫଗାନିସ୍ତାନବାସୀଙ୍କ ଉପରେ ରୋକ ଲଗାଇଛି ତାଲିବାନ ।

3. ବେଙ୍ଗାଲୁରୁରେ ବାୟୁସେନା ମୁଖ୍ୟ, ଉଡାଇଲେ ତେଜସ

ଭାରତୀୟ ବାୟୁସେନା ମୁଖ୍ୟ RKS ଭଦୌରିଆ ସ୍ବଦେଶୀ ବିକଶିତ ହାଲୁକା ଯୁଦ୍ଧ ବିମାନ ତେଜସ Mk1କୁ ବେଙ୍ଗାଲୁରୁ ଆକାଶରେ ଉଡାଇଛନ୍ତି ।

4. 28 ମାସ ପରେ କୂଟନୈତିକ ଭିସା ଜାରି କଲେ ଭାରତ-ପାକିସ୍ତାନ

ପ୍ରାୟ 28 ମାସର ବ୍ୟବଧାନ ପରେ ପରସ୍ପରଙ୍କୁ କୁଟନୈତିକ ଭିସା ପ୍ରଦାନ କଲେ ଭାରତ ଓ ପାକିସ୍ତାନ । କାରଣ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ 2019 ଠାରୁ ଭାରତ ଓ ପାକିସ୍ତାନ ଉଭୟ ପକ୍ଷରୁ ଆସାଇନମେଣ୍ଟ ଭିସାକୁ ବନ୍ଦ କରି ଦିଆଯାଇଥିଲା ।

5. ଆଜି 3 ଘଣ୍ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।

6. BRICS MEETING; ଅଧ୍ୟକ୍ଷତା କଲେ ଡୋଭାଲ, ଭାରତ ଉଠାଇଲା ସୀମାପାର ଆତଙ୍କବାଦ ପ୍ରସଙ୍ଗ

ଗତକାଲି (ମଙ୍ଗଳବାର) ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ହୋଇଥିବା ବୈଠକ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବିତ ରାତ୍ରିରେ ସୂଚନା ଦିଆଯାଇଛି ।

7. 16 ଆଫଗାନ ଫେରନ୍ତା କୋଭିଡ ପଜିଟିଭ, ସଂସ୍ପର୍ଶରେ ଆସିଛନ୍ତି ପେଟ୍ରୋଲିଅମ ମନ୍ତ୍ରୀ

ମଙ୍ଗଳବାର ଆଫଗାନିସ୍ତାନରୁ ଭାରତରେ ପହଞ୍ଚିଥିବା 78 ଜଣଙ୍କ ମଧ୍ୟରୁ 16 ଜଣ କୋଭିଡ ପଜିଟିଭ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ତିନି ଜଣ ଶିଖ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ସଂସ୍ପର୍ଶରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆସିଛନ୍ତି ।

8. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ସମସ୍ତ ଜିଲ୍ଲାରେ ଭିଜିଲାନ୍ସ କମିଟି ଗଠନ ନିର୍ଦ୍ଦେଶ

ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନିୟମାବଳୀ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

9. ୨୦୨୨ ଡିସେମ୍ବର ଯାଏଁ ବଢିବ WORK FROM HOME ଅବଧି

IT କମ୍ପାନୀଗୁଡିକୁ କର୍ଣ୍ଣାଟକ ସରକାରଙ୍କ ଅନୁରୋଧ । ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ୱାର୍କ ଫମ ହୋମ ଅବଧି ବୃଦ୍ଧି କରିବାକୁ ଅନୁରୋଧ।

10. ତାଲିବାନୀଙ୍କୁ ଝଟକା, ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ

ଆଫଗାନିସ୍ତାନକୁ ଦିଆଯାଉଥିବା ସମସ୍ତ ଆର୍ଥିକ ସହାୟତାକୁ ସାମୟିକ ଭାବରେ ସ୍ଥଗିତ ରଖିଛି ବିଶ୍ବ ବ୍ୟାଙ୍କ । ଆଫଗାନିସ୍ତାନ ସ୍ଥିତି ଓ ମହିଳାଙ୍କ ଅବସ୍ଥାକୁ ନେଇ ଦେଶର ଭବିଷ୍ୟତକୁ ଗମ୍ଭୀରତାର ସହିତ ନେଇଛି ବିଶ୍ବ ବ୍ୟାଙ୍କ ।

ABOUT THE AUTHOR

...view details