ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 31, 2021, 12:59 PM IST

1. ସୀମାରେ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ସନ୍ଦିଗ୍ଧ

ପଞ୍ଜାବର ଫେରେଜପୁରରେ ପାକିସ୍ତାନରୁ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ଗୁଳି । ସେଠାରେ ଅପରେସନକୁ ଜୋରଦାର କରାଯାଇଛି ।

2. ରାଜ୍ୟରେ ୟୁରିଆ ଅଭାବ; କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେଉଥିବା ସାର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ର ସାର ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ କୋଟା ଦେବା ପୂର୍ବରୁ ବାକିଆ ଥିବା କୋଟା ଦିଅନ୍ତୁ ।

3. Tokyo Olympics, Day 9: ମହିଳା ହକିରେ ୪-୩ରେ ବିଜୟୀ ଭାରତ, ବନ୍ଦନାଙ୍କ ହ୍ୟାଟ୍ରିକ୍‌

ମହିଳା ହକିର ପୁଲ ଏ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଲା ଭାରତ । ବନ୍ଦନା କାଟାରିୟାଙ୍କ ଦମଦାର ହ୍ୟାଟ୍ରିକ୍‌ ଗୋଲ୍‌ ।

4. ଅପରାହ୍ନରେ SRCଙ୍କ ପ୍ରେସମିଟ୍: ଆସିବ ନୂଆ ଗାଇଡଲାଇନ୍

ଆଜିଠୁ ସରୁଛି ଜୁଲାଇ କୋଭିଡ ଗାଇଡଲାଇନ । ଅଗଷ୍ଟରେ କଟକଣା ହଟିବ ନା ନୂଆ ଲାଗୁ ହେବ ସେନେଇ ଆଜି ଅପରାହ୍ନରେ ସ୍ବତନ୍ତ୍ର ରିଲିଫ୍ କମିଶନର କରିବେ ଘୋଷଣା ।

5. INDIA CORONA: ଦିନକରେ 41,649 ପଜିଟିଭ ଚିହ୍ନଟ,593 ମୃତ

ଦେଶରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ 41 ହଜାର 649 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 593 ଜଣଙ୍କ ମୃତ୍ୟୁ ହୋଇଛି ।

6. ଆସାମ-ମିଜୋରାମ ସୀମାରେ ମୁତୟନ ହେବେ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ CRPF କମାଣ୍ଡୋ

ଆସାମର କଚ୍ଛାର ଜିଲ୍ଲାକୁ ସଂଲଗ୍ନ ମିଜୋରାମ ସୀମାରେ ଜୁଲାଇ ୨୬ରେ ହୋଇଥିବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପଡିବାର ସମ୍ଭାବବା ସୃଷ୍ଟି ହେଇନାହିଁ । ଘଟଣା ପରଠାରୁ ବିବାଦ ଥମିବା ବଦଳରେ ଅଧିକରୁ ଅଧିକ ଉଗ୍ର ରୂପ ଧାରଣ କରୁଛି ।

7. ପ୍ରଥମ ଥର ଆମେରିକା ଧାର୍ମିକ ସ୍ବାଧୀନତାର ରାଷ୍ଟ୍ରଦୂତ ଭାବେ ଭାରତୀୟ ମୁସଲିମଙ୍କୁ ନିଯୁକ୍ତି

ଭାରତୀୟ ବଂଶଦ୍ଭୋବ ରଶଦ ହୁସେନଙ୍କୁ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ରାଷ୍ଟ୍ରଦୂତ ଭାବେ ମନୋନିତ । ରାଷ୍ଟ୍ରପତି ଜୋ ବାଇଡେନ ରଶଦଙ୍କୁ ନିଯୁକ୍ତି ଦେଇଥିବା ନେଇ ସୂଚନା ।

8. ସେନାକୁ ସଫଳତା: ରଜୌରୀରେ IED ଉଦ୍ଧାର

ଜମ୍ମୁ କାଶ୍ମୀରର ରଜୋରୀରେ ଟଳିଲା ବଡ ବିପଦ । ଆତଙ୍କୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡିକୁ ଉଦ୍ଧାର ପରେ କରାଗଲା ନିଷ୍କ୍ରିୟ ।

9. STATE CORONA DEATH: ଆଉ 68 ଜଣଙ୍କ ଜୀବନ ନେଲା କିଲର ଭାଇରସ

ରାଜ୍ୟରେ କମୁନାହିଁ କୋରୋନା ମୃତ୍ୟୁର ତାଣ୍ଡବ । ଆଜି ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କ ଜୀବନ ଯାଇଛି ।

10. Tokyo Olympics: ତୀରନ୍ଦାଜ, ବିନା ପଦକରେ ଭାରତର ଅଭିଯାନ ଶେଷ

ତୀରନ୍ଦାଜ ଷ୍ଟାର ଅତନୁ ଦାସ ୧/୮ ଏଲିମିନେଟର ଇଭେଣ୍ଟରେ ଜାପାନର ଫୁରୁକାୱା ତାକାହୁରୁଙ୍କ ଠାରୁ ୬-୪ରେ ପରାସ୍ତ ।

ABOUT THE AUTHOR

...view details