ଓଡିଶା

odisha

By

Published : Jul 25, 2021, 1:11 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Mann Ki Baat; ଓଡିଆ ପୁଅ ଇଶାକ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା

'ମନ କି ବାତ'ର ୭୯ତମ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସମ୍ବଲପୁର ଉପାନ୍ତ ଅଞ୍ଚଳ ବାବୁପାଲିକ ଇଶାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2. ହାଇଦର ଏନକାଉଣ୍ଟର: ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ

କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

3. Olympics, Day 3: ଟେବୁଲ ଟେନିସ- ପରାଜୟ ସହ ସାଥିୟାନଙ୍କ ଅଲମ୍ପିକ ଅଭିଯାନ ଶେଷ

ପ୍ରଥମ ସେଟ୍‌କୁ ସାଥିୟାନ ୭-୧୧ରେ ହାରିବା ପରେ ଲଗାତାର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସେଟ୍‌ରେ ଦମଦାର କମବ୍ୟାକ ସହ ବିଜୟ ହାସଲ କରିଥିଲେ । ମାତ୍ର ପରବର୍ତ୍ତୀ ୩ଟି ରାଉଣ୍ଡରେ ପରାସ୍ତ ହୋଇଥିଲେ ।

4. ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଖୋଳତାଡ ପାଇଁ ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ

ACF ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଟିମ ବଲାଙ୍ଗୀର ପହଁଚିଲା । ପ୍ରଥମେ ବଲାଙ୍ଗୀର ଟାଉନ ପୋଲିସ ସହ ଆଲୋଚନା ପରେ ଏବେ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଯାଇ ଏହି ଟିମ ତଦନ୍ତ ଆରମ୍ଭ କରିଛି ।

5. Tokyo Olympics, Day 3: ଜିମ୍ନାଷ୍ଟିକ୍‌ସ-ଯୋଗ୍ୟତା ପର୍ଯ୍ୟାୟରେ ପ୍ରଣତୀ ନାୟକ ଫେଲ୍‌

ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ସର ୪ଟି ବର୍ଗରେ ୪୨.୫୬୫ ପଏଣ୍ଟ ସହ ସବଡିଭିଜନ ୧ରେ ପ୍ରଣତୀ ଦ୍ବାଦଶ ସ୍ଥାନରେ ସନ୍ତୁଷ୍ଟ ହେଇଛନ୍ତି ।

6. Mann ki Baat: ଭାରତୀୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ମୋଦିଙ୍କ ଅପିଲ

Victory Punch କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ଅଲମ୍ପିକ ଅଂଶଗ୍ରହଣକାରୀଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ।

7. INDIA CORONA REPORT: ଦିନକରେ 39742 ଚିହ୍ନଟ, 535 ମୃତ

ପୁଣି ଦିନକରେ 39 ହଜାର 742 କୋରୋନା ଆକ୍ରାନ୍ତ ଚିହ୍ନଟ, 535 ମୃତ ।

8. ଲୋକସଭା ଷ୍ଟାପଙ୍କ ପାଇଁ ସାପ୍ତାହିକ RT-PCR ପରୀକ୍ଷା ବାଧ୍ୟତାମୂଳକ

ଲୋକସଭାର ସମସ୍ତ ଅଧିକାରୀଙ୍କ ପାଇଁ ଟୀକାକରଣ ସ୍ଥିତି ନିର୍ବିଶେଷରେ ସପ୍ତାହିକ ଆରଟି ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

ଗୋଆରେ JP Nadda; ମାଙ୍ଗେସ ମନ୍ଦିରରେ କଲେ ପୂଜାର୍ଚ୍ଚନା

9. ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରବିବାର ପାଣାଜୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ପ୍ରଭୁ ମାଙ୍ଗେସଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

10. Pornography Case: ଅଭିନେତ୍ରୀ ଗେହେନା ବଶିଷ୍ଟଙ୍କୁ କ୍ରାଇମବ୍ରାଞ୍ଚର ସମନ

ପର୍ଣ୍ଣୋଗ୍ରାଫିକ ମାମଲାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟ ଏବଂ ଅନ୍ୟ ୨ଜଣଙ୍କୁ ସମନ ପଠାଇଛି । ପର୍ଣ୍ଣୋଗ୍ରାଫିକ ନେଇ ଆଜି ଏହି ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।

ABOUT THE AUTHOR

...view details