ଓଡିଶା

odisha

By

Published : Jul 1, 2021, 1:09 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଜରୁରୀକାଳୀନ ବ୍ୟବହାର ପାଇଁ DCGIକୁ ଅନୁମତି ମାଗିଲା ଜାଇଡ଼ସ

ଭାରତରେ 12 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପ୍ରସ୍ତୁତ ହେଲା ଟିକା । ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ଜାଇଡ଼ସ କ୍ୟାଡ଼ିଲା ।

2. ଦୋଷ ଦୁର୍ବଳତାକୁ ଲୁଚେଇବାକୁ ମଣ୍ଡିରେ ପ୍ରତିବାଦ କରୁଛି ବିଜେପି: ପ୍ରମିଳା

ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ମଣ୍ଡିରେ ପ୍ରତିବାଦ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

3. ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ମଣ୍ଡି ସମସ୍ୟା ନେଇ ରାଜରାସ୍ତା ଘେରିଲା ବିଜେପି । ଧଉଳି ଛକରେ ବିଜେପି ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ରାସ୍ତା ରୋକ ।

4. INDIA CORONA REPORT; ଦିନକରେ 48,786 ଆକ୍ରାନ୍ତ ଚିହ୍ନଟ

ଦେଶରେ ଧିରେ ଧିରେ କମୁଛି ମହମାରୀର ପ୍ରକୋପ । ଗତ 24 ଘଣ୍ଟାରେ 48 ହଜାର 786 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ।

5. STATE CORONA DEATH: ପୁଣି 45 ମୁଣ୍ଡ ନେଲା କୋରୋନା

ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ ୩୦୮୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ।

6. ସମ୍ପାଦକୀୟରେ ସରକାରଙ୍କୁ ସୌମ୍ୟଙ୍କ ଟାର୍ଗେଟ: କ୍ଷୋଭ ବଖାଣିଲେ, ସ୍ବଚ୍ଛତା ପାଇଁ ଅନୁରୋଧ କଲେ

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । କୋଭିଡ ମୃତକଙ୍କ ତଥ୍ୟରେ ତ୍ରୁଟିକୁ ସାମ୍ନାକୁ ଆଣିବା ସହ ଦଳର କେତେକ ଭିତିରି କଥାକୁ ଆଲୋଚନା କରି ଚର୍ଚ୍ଚାରେ ସୌମ୍ୟ ।

7. ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ମନା

2 ରୁ 17ବର୍ଷ ପିଲାଙ୍କ ଉପରେ କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟ ପରୀକ୍ଷା ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆବେଦନ ବିପକ୍ଷରେ DCGI ।

8. Gulshan Kumar Murder case; ରଉଫ ମରଚାଣ୍ଟଙ୍କୁ ଆଜୀବନ କାରାଦଣ୍ଡ

ଜଷ୍ଟିସ ଜୟଦେବ ଓ ବୋରକାରଙ୍କ ଖଣ୍ଡପୀଠରେ ଗୁଲସନ କୁମାର ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି । ହତ୍ୟା ଘଟଣାରେ ରଉଫ ମରଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଛି ।

9. ଋଣ ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ, ନିର୍ଦ୍ଦେଶନାମା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଋଣ । ଉଚ୍ଚଶିକ୍ଷା ବିଭାଗରୁ ଟଙ୍କା ନେଇ ସୁଝୁ ନାହାନ୍ତି ଛାତ୍ରଛାତ୍ରୀ ।

ABOUT THE AUTHOR

...view details