ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ମଧ୍ୟାହ୍ନ 1ଟାର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 7, 2021, 1:00 PM IST

1. ବାଲେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍, ପରିଦର୍ଶନ କରିବେ ପ୍ରଭାବିତ ଅଞ୍ଚଳ

ବାତ୍ୟା ୟସର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ପ୍ରତିନିଧି ଦଳ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ମିଳିତ ଭାବରେ ଗସ୍ତ କରିଛନ୍ତି ।

2. ଗୁରୁତର ଭିଜିଲାନ୍ସ ଡିଜି, ଏୟାର ଲିଫ୍ଟ ହେବେ ହାଇଦ୍ରାବାଦ

ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ତେବେ ତାଙ୍କୁ 2 ଘଣ୍ଟା ମଧ୍ୟରେ ଏୟାରଲିଫ୍ଟ କରାଯାଇ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯିବ ।

3. ରାଜ୍ୟରେ ରେକର୍ଡ ସଂଖ୍ୟକ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ଧାନ ସଂଗ୍ରହ

କୋଭିଡ କଟକଣା ସତ୍ତ୍ବେ ରାଜ୍ୟର ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ଧାନ ସଂଗ୍ରହ ।

4. ଆଜିଠୁ ଖୋଲିଲା ଭୁବନେଶ୍ବର କୋର୍ଟ, ଲକଡାଉନ ପାଇଁ ରହିଥିଲା ବନ୍ଦ

ରାଜ୍ୟରେ ତୃତୀୟ ପର୍ଯାୟ ଲକଡାଉନ ଚାଲିଥିବା ବେଳେ ଆଜିଠୁ ଖୋଲିଛି ଭୁବନେଶ୍ବର କୋର୍ଟ ବା ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କାର୍ଯାଳୟ।

5. ବେଙ୍ଗାଲୁରୁ ବିମାନବନ୍ଦର ନିକଟରେ ବିସ୍ଫୋରଣ, 6 ଆହତ

କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଦ୍ବିତୀୟ ଟର୍ମିନାଲର ଅଣ୍ଡରପାସ୍ ନିକଟରେ ବିସ୍ଫୋରଣ ।

6. କେଉଁଠି ଆସିଲା କୋଭିଡ୍ ? ଗବେଷଣାରେ ସହଯୋଗ ପାଇଁ ଚୀନକୁ UNର ଆହ୍ବାନ

କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ଚୀନକୁ ସହଯୋଗ କରିବା ପାଇଁ ଆହ୍ବାନ କରିଛି ଜାତିସଂଘ ।

7. ସାଂସଦ-ରାଜ୍ୟପାଳ ସାମ୍ନାସାମ୍ନି, ମହୁଆ ମୋଇତ୍ରଙ୍କୁ ଧନଖରଙ୍କ ଜବାବ

ଓଏସଡି ପଦକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ।

8. ୟୁପି ପୋଲିସର ଆଡଭାଇଜରୀ, ଟିକା ନାହିଁ ତ ଦୋକାନ ଖୋଲିବାର ନାହିଁ

କୋଭିଡ ଟିକା ନେଇ ନଥିବା ବ୍ୟବସାୟୀ ଖୋଲି ପାରିବେନି ଦୋକାନ । ଏନେଇ ବୁଲନ୍ଦସହରରେ ଆଡଭାଇଜାରୀ ଜାରି କରିଛି ପ୍ରଶାସନ ।

9. କୋଭିଡ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ, ଆଇଭରମେକ୍ଟିନ ସମେତ ଅନେକ ଔଷଧକୁ ବାଦ୍‌

ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

10. କୋଭିଡ୍ ସଂକ୍ରମଣ କମିଲେ ମିଳିବ ସୁଟିଂ ଅନୁମତି: ଉଦ୍ଧବ ଠାକରେ

କୋଭିଡ-19 ଦୈନିକ ସଂକ୍ରମଣ ସଂଖ୍ୟା କମିଲେ, ମୁମ୍ବାଇରେ ଚଳଚ୍ଚିତ୍ର ଏବଂ ଟିଭି ସୁଟିଂ ପାଇଁ ଅନୁମତି ଦିଆଯିବ। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ABOUT THE AUTHOR

...view details