ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 1 pm ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 18, 2021, 1:15 PM IST

1.ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ କଂଗ୍ରେସର ଭର୍ତ୍ସନା

ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ କଂଗ୍ରେସର ଭର୍ତ୍ସନା । ଯେଉଁପରି ଭାବେ କୋଭିଡ ପରିଚାଳନା ହେବା ଉଚିତ, ତାହା କରାଯାଉନାହିଁ । ଏଣୁ ଆଜି ସଂକ୍ରମଣ ଗାଁ ଆଡକୁ ମୁହାଁଇଛି ବୋଲି ଆରୋପ କଲା ଦଳ ।

2.ଓଡିଶା ମୁହାଁ ଆଉ ଏକ ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦେଶର ବିଭିନ୍ନ ରାଜ୍ୟରେ ବାତ୍ୟା ତାଉ’ତେ ର ତାଣ୍ଡବ ପରେ ଏବେ ଓଡ଼ିଶା ମୁହାଁ ଆଉ ଏକ ବାତ୍ୟା ।

3. ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର

ରେମଡେସିଭିର୍ ବିକ୍ରୟ ଉପରେ ରୋକ ଲଗାଇଲେ ତାମିଲନାଡୁ ସରକାର ।

4. ନାରଦା ମାମଲା: ବିଜେପିକୁ ଟାର୍ଗେଟ କଲେ ଗିରଫ ମଦନ ମିତ୍ର

ଗିରଫ ପରେ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । କହିଲେ ଆମେ ଖରାପ ଲୋକ ସତ କିନ୍ତୁ ସେ ଦୁହିଁଙ୍କ ପରି ନୁହେଁ ।

5. ଦୁର୍ବଳ ହେଉଛି ତାଉ'ତେ: ଘଣ୍ଟା ପ୍ରତି 10 କିିମି ବେଗରେ ଗତି କରୁଛି ବାତ୍ୟା

ଦୁର୍ବଳ ହୋଇଛି ବାତ୍ୟା ତାଉ'ତେ । ତେବେ ଆଜି ସକାଳ 8ଟା 30 ମିନିଟରେ ଗୁଜୁରାଟର ସୌରାଷ୍ଟ୍ରରେ କେନ୍ଦ୍ରୀଭୂତ ହୋଇଥିଲା ବାତ୍ୟା ।

6. ବାତ୍ୟା ପ୍ରଭାବ: ଆଂଶିକ ଲକଡାଉନକୁ 3 ଦିନ ବଢାଇଲେ ଗୁଜୁରାଟ ସରକାର

ଗୁଜୁରାଟ ସରକାର ବାତ୍ୟା ଯୋଗୁଁ ରାଜ୍ୟରେ ଆଂଶିକ ଲକଡାଉନକୁ 3 ଦିନ ବଢାଇଛନ୍ତି ।

7. ବାତ୍ୟା ତାଉ'ତେ ମୁକାବିଲା: 3 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହା

ବାତ୍ୟା ତାଉ'ତେକୁ ନେଇ ଆଜି ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦାଦ୍ରା ଓ ନଗର ହାଭେଳିର ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

8. ସମୁଦ୍ରରୁ ଫସିଥିବା 146 ଜଣଙ୍କୁ ଉଦ୍ଧାର କଲା ନୌସେନା

ସମୁଦ୍ର ଭିତରେ ଫସିରହିଥିବା 146 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।

9. କୋରୋନାକୁ ମାତ୍ ଦେଲେ 100 ବର୍ଷୀୟା ବୃଦ୍ଧା, କାଟିଲେ କେକ୍

କୋରୋନାକୁ ମାତ୍ ଦେଇ ସୁସ୍ଥ ହେଲେ ଉତ୍ତର ପ୍ରଦେଶର ଶତାୟୁ ମହିଳା । ଭୋଟ ଦେବାକୁ ଯାଇଥିବା ସମୟରେ ହୋଇଥିଲେ ସଂକ୍ରମିତ ।

10. ଦେଶରେ ଦିନକରେ 2.63 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 4329 ଜଣ ମୃତ

ଧିରେ ଧିରେ ଦେଶରେ କୋରୋନା ସଂକ୍ରମଣ ମାମଲା ତଳକୁ ଖସୁଥିବା ବେଳେ ଡରାଉଛି ମୃତ୍ୟୁସଂଖ୍ୟା

ABOUT THE AUTHOR

...view details