ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ETV BHARAT TOP NEWS

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବଡଖବର
ବଡଖବର

By

Published : Mar 12, 2021, 1:04 PM IST

1. ଗୃହରେ ଧାନକିଣା ତାତି, ଗର୍ଜିଲେ ବିରୋଧୀ

ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ଧାନ କିଣା ପ୍ରସଙ୍ଗରେ ହୋହଲ୍ଲା କଲେ ବିରୋଧୀ ।

2. ବିଧାନସଭା ବଜେଟ ଅଧିବେଶନ; ଧାନ କିଣା ତାତି, ଗୃହ 4ଟା ଯାଏ ମୁଲତବୀ

ଧାନକିଣା ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହୋହଲ୍ଲା । ଗୃହ ଅପରାହ୍ନ 4ଟା ଯାଏ ମୁଲତବୀ ।

3. ମେଡିକାଲରେ ଜନ୍ମ ନେଲା ବିରଳ ମତ୍ସ୍ୟକନ୍ୟା

ଶରୀରଟି ମାଛ ଆକୃତିର। ହାଇଦ୍ରାବାଦର ଏକ ମେଡିକାଲରେ ମଣିଷ ରୂପରେ ଏହି ମତ୍ସ୍ୟକନ୍ୟା ଜନ୍ମ ନେଇଛି । ହେଲେ ଜନ୍ମର ମାତ୍ର 2 ଘଣ୍ଟା ପରେ ଏହି ବିରଳ ଶିଶୁଟିର ମୃତ୍ୟୁ ଘଟିଛି ।

4. ବିଧାନସଭା ଚାରିପାଖ ରାସ୍ତା ସିଲ୍, 30 ପ୍ଲାଟୁନ ଫୋର୍ସ ଓ 60 ଅଫିସର ନିଯୁକ୍ତ

ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । 30 ପ୍ଲାଟୁନ ଫୋର୍ସ ଓ 60 ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ।

5. ନିଶାସକ୍ତ ହୋଇ ମା’କୁ ମାରିଦେଲା ପୁଅ

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଅଭାବନୀୟ ଘଟଣା । ନିଶାସକ୍ତ ହୋଇ ମାଆକୁ ଇଟାରେ ଛେଚି ହତ୍ୟା କରିଛି ।

6. ସପ୍ତାହରେ 20 ଘରୁ ଚୋରି; ପୋଲିସ-ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ

ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ। ପୋଲିସର ଲାଠି ମାଡ଼ରେ ଗ୍ରାମର ଜଣେ ଯୁବକ ଗୁରୁ ପ୍ରଧାନ ଲହୁଲୁହାଣ ହୋଇଛି l ଏକ ସପ୍ତାହ ମଧ୍ୟରେ ଏହି ତାରାସିଙ୍ଗି ଥାନା ଇଲାକାର 20 ରୁ ଉର୍ଦ୍ଧ୍ବ ଲୋକଙ୍କ ଘରୁ ଚୋରି ହୋଇଛି।

7. ରାଜଧାନୀରେ କ୍ରାଇମ କଣ୍ଟ୍ରୋଲ ପାଇଁ ସିପିଙ୍କ ପ୍ରସ୍ତୁତି, ‘ଅତିଥି’ ଆପ୍ ରଖିବ ତଥ୍ୟ

ରାଜଧାନୀରେ ଅପରାଧକୁ ହ୍ରାସ କରିବା ନିମନ୍ତେ ସରାଇ ଆକ୍ଟକୁ କାର୍ଯ୍ୟକାରୀ କରିବାକୁ କମିସନେରେଟ୍ ପୋଲିସର ପ୍ରସ୍ତୁତି। ଅପରାଧ କମାଇବା ପାଇଁ ଆସିବ ‘ଅତିଥି’ ଆପ୍ ।

8. ଜଙ୍ଗଲରେ ନିଆଁ ଲାଗିବା ଘଟଣା; ଅନୁଧ୍ୟାନ ପାଇଁ ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌

ଶିମିଳିପାଳରେ ନିଆଁ ଲାଗିବା ଘଟଣାର ଅନୁଧ୍ୟାନ ଲାଗି ଶିମିଳିପାଳରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମର ସଦସ୍ୟ । ଗତକାଲି ରାତିରେ ଏହି ଟିମ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛନ୍ତି ।

9. ଫେଲ ମାରିଛି ସରକାରୀ ଯୋଜନା; ଭଙ୍ଗା ଦଦରା ଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ବୌଦ୍ଧ ଜିଲ୍ଲା ମୁର୍ଷୃଣ୍ଢି ପଞ୍ଚାୟତ ପଲାସ ଗ୍ରାମର ବୃଦ୍ଧା ଅମୃତ ସାହୁଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି ।

10. ବଢିଲା ନେଟଫ୍ଲିକ୍ସର ସମସ୍ୟା, ସିରିଜ ‘ବମ୍ବେ ବେଗମ୍ସ’ ଉପରେ ଅଭିଯୋଗ

ପିଲାମାନଙ୍କର ଅନୁପଯୁକ୍ତ ଚିତ୍ରଣ ସିରିଜ ‘ବମ୍ବେ ବେଗମ୍ସ’ରେ ପର୍ଯ୍ୟବେଶିତ କରାଯାଇଥିବାରୁ ନୋଟିସ ଜାରି କଲେ ଏନସିପିସିଆର ।

ABOUT THE AUTHOR

...view details