ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 10, 2021, 12:54 PM IST

1.ଲୋୟର ଇନ୍ଦ୍ର ଡ୍ୟାମ ଲୋକାର୍ପିତ

ଲୋୟର ଇନ୍ଦ୍ର ଡ୍ୟାମ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଗସ୍ତରେ ଆସି ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

2. ଏଣିକି ରବିବାର ସ୍କୁଲ ବନ୍ଦ, ଏପ୍ରିଲରୁ ଆରମ୍ଭ ରିଭିଜନ କ୍ଲାସ

ପ୍ରାୟତଃ କୋର୍ସ ଶେଷ ହୋଇସାରିଲାଣି । ସେଥିପାଇଁ ଏପ୍ରିଲରୁ ଆରମ୍ଭ ହେବ ରିଭିଜନ କ୍ସାସ । ରେଗୁଲାର କ୍ଲାସର ଆବଶ୍ୟକତା ନାହିଁ। ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

3.ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ କୋଭିଡ ପରୀକ୍ଷା

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ଥରେ ବିଧାୟକ ମନ୍ତ୍ରୀଙ୍କ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି ।

4.ତୁଟୁନି ବିବାଦ, ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଆଶଙ୍କା

ତୁଟୁନି ଲିଙ୍ଗରାଜ ମନ୍ଦିର ପ୍ରଶାସନ, ସରକାର ଓ ସେବାୟତଙ୍କ ମଧ୍ୟରେ ଥିବା ବିବାଦ । ଗୋଟେପଟେ ପ୍ରଶାସନ ଓ ଅନ୍ୟପଟେ ସେବାୟତ ନିଜ ନିଜ ଜିଦରେ ଅଟଳ ।

5.ଓଡିଶା ବର୍ଡରରୁ ଦେଢ କୋଟିର ବ୍ରାଉନସୁଗାର ଜବତ, STF ହାତରେ ଇଣ୍ଟରଷ୍ଟେଟ ସ୍ମଗଲର

ଏସଟିଏଫ ଦଳକୁ ସଫଳତା । ଓଡିଶା ବର୍ଡରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହିତ ବେପାରୀକୁ କାବୁ କଲା ଏସଟିଏଫ ଟିମ ।

6.ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ତିରଥ ସିଂ ରାୱତ

ତିଭେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ଦେବାର 24 ଘଣ୍ଟା ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତିରଥ ସିଂ ରାୱତ ।

7.ଆସାମ ନିର୍ବାଚନରେ 40 ଜଣିଆ ଷ୍ଟାର ପ୍ରଚାରକ; ପ୍ରଧାନମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡା ବି ସାମିଲ

ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ନିଜର ତାଲିକା ଜାରି କରିଛି ।

8.ସଂସଦରେ ତୈଳଦର ବୃଦ୍ଧି ତାତି; ରାଜ୍ୟସଭା 12ଟା, ଲୋକସଭା 12.30 ଯାଏଁ ମୁଲତବୀ

ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭା 12ଟା ଓ ଲୋକସଭା 12.30 ଯାଏ ମୁଲତବୀ ।

9.ଲାଲକିଲ୍ଲା ହିଂସା: ଡଚ୍‌ ନାଗରିକ ସହ 2 ଗିରଫ

ଲାଲକିଲ୍ଲା ହିଂସା ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଏଥିରେ ଜଣେ ଡଚ୍‌ ନାଗରିକ ରହିଛନ୍ତି ।

10.ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ, ଆଶୀର୍ବାଦ ନେଲେ ସବ୍ୟର୍ଚ୍ଚିତା

ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ଆଶୀର୍ବାଦ ନେଲେ ସବ୍ୟର୍ଚ୍ଚିତା ।

ABOUT THE AUTHOR

...view details