ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 8, 2022, 11:01 AM IST

1.ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା, ୩ ମହିଳା ମୃତ

ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା ଯୋଗୁଁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ।

2.ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସହ ଜଳାଭିଷେକ କଲେ ଗୃହମନ୍ତ୍ରୀ ଅମିତ ଶାହ

2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ।

3.India Corona: ଦିନକରେ 16,167 ସଂକ୍ରମିତ ଚିହ୍ନଟ

24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 16,167 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

4.Odisha Corona: ଦିନକରେ 652 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 652 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର, 7ଟି ସ୍ଥାନରେ ଚଢାଉ ଜାରି

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ ।

6.Indian Museum firing case: ରିମାଣ୍ଡରେ ଓଡିଆ CISF ଯବାନ

କୋଲକାତା ଗୁଳିକାଣ୍ଡ ଘଟଣାରେ 21 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ଗଲେ ଅଭିଯୁକ୍ତ ଓଡିଆ ଯବାନ ଅକ୍ଷୟ ମିଶ୍ର । ଶନିବାର ସଂଧ୍ୟାରେ ଘଟାଇଥିଲେ ଗୁଳିକାଣ୍ଡ ।

7.ଆଜି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

ଆଜି ଅପରାହ୍ନ ୪ଟା ସମୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ।

8.ହୀରାକୁଦରେ MCL କର୍ମଚାରୀ ବୁଡିବା ଘଟଣା, ଜଣଙ୍କ ମୃତଦେହ ଉଦ୍ଧାର

ହୀରାକୁଦ ଜଳଭଣ୍ଡାରରୁ ମିଳିଲା ଜଣେ ଏମସିଏଲ କର୍ମଚାରୀଙ୍କ ମୃତଦେହ । ଗତକାଲି ଜଳଭଣ୍ତାରକୁ ଗାଧୋଇବାକୁ ଆସି ବୁଡି ଯାଇଥିଲେ ୨ କର୍ମଚାରୀ । ସର୍ଚ୍ଚ ଅପରେସନ ଜାରି ।

9.CWG 2022: ରୌପ୍ୟରେ ସନ୍ତୁଷ୍ଟ ଭାରତୀୟ ମହିଳା କ୍ରିକେଟ ଦଳ

ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଛି ଭାରତୀୟ ମହିଳା କ୍ରିକେଟ ଦଳ ।

10.India vs WestIndies T20I: ପଞ୍ଚମ ଟି-ଟ୍ବେଣ୍ଟି ଜିତି 4-1ରେ ସିରିଜ ସିଲ କଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚକୁ ଜିତି ନେଇଛି ଭାରତ ।

ABOUT THE AUTHOR

...view details