ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 31, 2022, 11:04 AM IST

1. Patra Chawl Land Scam Case: ସଞ୍ଜୟ ରାଉତଙ୍କ ଘରେ ପଶିଲା ଇଡି

ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢାଉ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା(Patra Chawl land scam case)ରେ ସଞ୍ଜୟଙ୍କୁ ପଚରାଉଚରା କରିପାରେ ଇଡି ।

2. Odisha Corona: ଆଜିବି 1000 ପାର୍‌ କଲା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1029 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ।

3. India Corona: ଦିନକରେ 19,673 ନୂଆ ସଂକ୍ରମିତ

ଦେଶରେ କୋରୋନା ବଢାଉଛି ଚିନ୍ତା । ଗତ 24 ଘଣ୍ଟା ମଧ୍ୟରେ 19,673 ନୂଆ ସଂକ୍ରମିତ ଚିହ୍ନଟ ।

4.ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ ।

5. କାଠମାଣ୍ଡୁରେ ଭୂକମ୍ପ, ଥରିଲା ବିହାର

କାଠମାଣ୍ଡୁରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଆକଳନ କରାଯାଇଛି ।

6. ସୋପୋରରୁ ଦୁଇ ଲସ୍କର ଆତଙ୍କୀ ଗିରଫ

ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲାର ସୋପୋରରୁ Letର ଦୁଇ ଲସ୍କର ଆତଙ୍କୀଙ୍କୁ (Hybrid Terrorists) ଗିରଫ କରିଛି ମିଳିତ ସୁରକ୍ଷା ଦଳ ।

7. ବିବାଦ ସମାଧାନର ବାଟ ଫିଟି ସାରିଛି: ରବି ମିଶ୍ର

ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ବିବାଦ । ସମାଧାନର ବାଟ ଫିଟି ସାରିଥିବା କହିଲେ ଅଭିନେତା ରବି ମିଶ୍ର ।

8. ୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି

କର୍ଣ୍ଣାଟକର ୧୦ ଟଙ୍କିଆ ଡାକ୍ତରଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

9. CWG 2022: ରୌପ୍ୟ ଜିତିଲେ ବିନ୍ଦ୍ୟାରାଣୀ

କମନୱେଲ୍‌ଥ ଗେମ୍ସ 2022 (Commonwealth Games 2022 ) ପ୍ରତିଯୋଗିତାରେ ଭାରତକୁ ଆଉ ଏକ ପଦକ ଭେଟି ଦେଇଛନ୍ତି ବିନ୍ଦ୍ୟାରାଣୀ ଦେବୀ ।

10. CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଛୁଟିଲା ଶୁଭେଚ୍ଛା ସୁଅ

ବର୍ମିଂହୋମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋଳକାରୀ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details