ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 4, 2022, 11:05 AM IST

1-Odisha Weather Update: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ(cyclonic circulation) । ଏହା ଆସନ୍ତା ୬ ତାରିଖରେ ଲଘୁଚାପର ରୂପ (Low Pressure) ନେବା ନେଇ ସମ୍ଭାବନା ରହିଛି ।

2-ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ଚିନ୍ତା, କଳାବଜାରୀ କଲେ ହେବ କାର୍ଯ୍ୟନୁଷ୍ଠାନ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

3-ଆଜିଠୁ ମହିଳା ବିଜନେସ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ମହିଳା ବିଜନେସ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

4-Odisha Corona Report: ଦିନକରେ 10 ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ 10 କୋରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ରାଜ୍ୟରେ 92 ସକ୍ରିୟ ମାମଲା ରହିଛି ।

5-Loudspeaker Row: ମହାରାଷ୍ଟ୍ରର 803 ମସଜିଦରେ ଲାଉଡସ୍ପିକର ଲଗାଇବାକୁ ଅନୁମତି

ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ(Loudspeaker Row) । 1114ଟି ମସଜିଦ ମଧ୍ୟରୁ 803ଟି ମସଜିଦରେ ଲାଉଡସ୍ପିକର ଲାଗିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ ।

6-ଏଣିକି ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା

ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା । ଆଜି(ବୁଧବାର) ସକାଳୁ ଏଭଳି ଏକ ବଡ ଘୋଷଣା କରିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ଏଲନ ମସ୍କ(Elon Musk) ।

7-India Corona: ଦିନକରେ 3205 ସଂକ୍ରମିତ, 31 ମୃତ

ଚିନ୍ତା ବଢାଉଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ।

8-ଆଜି India-Nordic ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତାଙ୍କ ଗସ୍ତର ଅନ୍ତିମ ତଥା ତୃତୀୟ ଦିନ । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ । ଆଜି (ବୁଧବାର) ଡେନମାର୍କରେ ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9-ଯୋଧପୁର ପରେ ନାଗୌରରେ ହିଂସା, ନମାଜ ପରେ ପଥରମାଡ

ଯୋଧପୁର ହିଂସାର କିଛି ଘଣ୍ଟା ପରେ ନାଗୌରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଇଦ ସମୟରେ ଗତକାଲି(ମଙ୍ଗଳବାର) ରାଜସ୍ଥାନର ନାଗୌରରେ ବଡ ଧରଣର ସଂଘର୍ଷ ହୋଇଛି ।

10-Chess Olympiad 2022: ଭାରତୀୟ ଦଳରେ ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ

୪୪ତମ ଚେସ୍‌ ଅଲମ୍ପିଆଡ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତ । ଏହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ABOUT THE AUTHOR

...view details