ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 26, 2022, 11:03 AM IST

1.PCC ପରିବର୍ତ୍ତନ ପ୍ରସଙ୍ଗ, କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ବୈଠକ ଜାରି

କଂଗ୍ରେସ ଭବନରେ ପହଞ୍ଚିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସାଥିରେ ଏଆଇସିସି ସହ ସମ୍ପାଦକ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଅଛନ୍ତି ।

2.CBSE Term 2 Exam: ଆଜିଠାରୁ ସିବିଏସ୍ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଟର୍ମ-2 ପରୀକ୍ଷା ଆରମ୍ଭ । CBSEର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-2 ପରୀକ୍ଷା ଅଫଲାଇନ ମୋଡରେ ହେବ ।

3.ଆଜି ଶିବଗିରି ତୀର୍ଥଯାତ୍ରା ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ ମୋଦି

କେରଳର ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

4.Odisha Corona Report: ଦିନକରେ 9 ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 9 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 80 ସକ୍ରିୟ ମାମଲା ରହିଛି ।

5.India Corona: ଦିନକରେ 2483 ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ଚିନ୍ତା ବଢାଇଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ 2,483 ନୂଆ ସଂକ୍ରମିତ ଚିହ୍ନଟ ।

6.ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ଆମେରିକାକୁ ଚେତାବନୀ ଦେଲା ଋଷିଆ

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନ କରିବା ପାଇଁ ଆମେରିକାକୁ ଚେତାବନୀ ଦେଲା ଋଷିଆ ।

7.RTIରୁ ସାଂଘାତିକ ତଥ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ASI ଦେଇନାହିଁ ଅନୁମତି

ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ପ୍ରକଳ୍ପକୁ ନେଇ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ବା ASI କୌଣସି ଅନୁମତି ଦେଇନାହିଁ । RTI ଦାଖଲ ପରେ ମିଳିଲା ସୂଚନା ।

8.ବ୍ଲେଡରେ ସ୍ବାମୀର ତଣ୍ଟି କାଟିଲା ସ୍ତ୍ରୀ

ମାସେ ତଳେ ବିବାହ ହୋଇଥିଲା । ସବୁ କିଛି ଠିକ୍‌ଠାକ୍ ଚାଲିଥିଲା । ହେଲେ କଣ ଏମିତି ହେଲା ଯେ ସ୍ବାମୀର ଗଳା କାଟି ହତ୍ୟା ଉଦ୍ୟମ କରିବାକୁ ପଛାଇଲାନି ସ୍ତ୍ରୀ ।

9.IPL 2022: ଆଜି ସଞ୍ଜୁ- ଡୁ ପ୍ଲେସିସ୍ ମୁକାବିଲା

ଆଜି ଆଇପିଏଲର 39ତମ ଲିଗ ମୁକାବିଲା ଖେଳାଯିବ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ ।

10.Heropanti 2 Promotion: ଟାଇଗର ଶ୍ରଫଙ୍କୁ ଦେଖି ବେହୋସ୍‌ ହୋଇଗଲେ ଯୁବତୀ, ଦେଖନ୍ତୁ ଭିଡିଓ

ଟାଇଗର ଶ୍ରଫ୍ ତାଙ୍କର ନୂଆ ଚଳଚ୍ଚିତ୍ର ହିରୋପନ୍ତି 2 ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ପ୍ରମୋସନ ସମୟରେ ଟାଇଗର ଶ୍ରଫଙ୍କୁ ଦେଖି ଜଣେ ଯୁବତୀ ବେହୋସ୍‌ ହୋଇଗଲେ ।

ABOUT THE AUTHOR

...view details