ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Mar 28, 2022, 11:05 AM IST

1.ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିପାରିବେ ରାଜ୍ୟ ସରକାର, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

କେନ୍ଦ୍ରସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କିଛି ରାଜ୍ୟରେ ଯେଉଁଠି କମ ସଂଖ୍ୟକ ହିନ୍ଦୁ କିମ୍ବା ଅଲଗା ସମ୍ପ୍ରଦାୟ ରହୁଛନ୍ତି ସଂଖ୍ୟା ଆଧାରରେ ସେମାନଙ୍କୁ ଅଳ୍ପସଂଖ୍ୟକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯିବ ନେଇ ରାଜ୍ୟମାନଙ୍କ ଅଧିକାର ରହିଛି ।

2.ଭାରତ ବନ୍ଦ: ରାଜଧାନୀରେ ଫସିଲା ପଶ୍ଚିମବଙ୍ଗର ଆମ୍ବୁଲାନ୍ସ

ପଶ୍ଚିମବଙ୍ଗରୁ ଗୁରୁତର ରୋଗୀକୁ ନେଇ ଏମ୍ସ ଅଭିମୁଖେ ଆସୁଥିବା ଏକ ଆମ୍ବୁଲାନ୍ସ ଆଚାର୍ଯ ଵିହାର ନିକଟରେ ଫସିରହିଥିବା ଘଟଣା ସାମ୍ନାକୁ ଆସିଛି ।

3.Oil Rate Update: ପୁଣି ବଢିଲା ତେଲ ଦର, ଜାଣନ୍ତୁ କେତେ

ଖାଉଟିଙ୍କୁ ଝଟ୍‌କା । ଲଗାତାର ଭାବରେ ବଢିଚାଲିଛି ପେଟ୍ରୋଲ ଡିଜେଲ ଦର । ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍‌ ।

4.Russia-Ukraine war: ଆଜି ଠାରୁ ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା

ଋଷ- ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ ।

5.ସମୁଦ୍ର ମଝିରେ ଫସିଥିଲା ମାଙ୍କଡ, ୩ ମାସ ପରେ ଉଦ୍ଧାର କଲା ଟିମ

ଦୀର୍ଘ ୩ ମାସ ହେବ ଦୁର୍ଭାଗ୍ୟବଶତଃ ସମୁଦ୍ର ମଝିରେ ଫସିଥିଲା ମାଙ୍କଡ । ଯେଉଁଆଡେ ଚାହିଁଲେ ସମୁଦ୍ରର ଅକାତକାତ ପାଣି ।

6.India Corona: ଦିନକରେ ୧୨୭୦ ସଂକ୍ରମିତ, ୩୧ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୧୨୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports ୧୨୭୦ fresh covid cases) । ହେଲେ ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ ହୋଇଛି ।

7.Odisha Corona Report: ଦିନକରେ ୪୩ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

8.ଏଣିକି ମଣିପୁରରେ ସପ୍ତାହରେ ୫ଟି କାର୍ଯ୍ୟଦିବସ, ଏପ୍ରିଲ ପହିଲାରୁ ହେବ ଲାଗୁ

ମଣିପୁରର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସପ୍ତାହକରେ ୫ଦିନ କାର୍ଯ୍ୟ ଦିବସ । କ୍ୟାବିନେଟରେ ହୋଇଛି ନିଷ୍ପତ୍ତି । ଏପ୍ରିଲ ପହିଲାରୁ ହେବ ଲାଗୁ ।

9.ରାଜସ୍ଥାନରେ ଅଘଟଣ: ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ

ରାଜସ୍ଥାନ ବିକାନେରରେ ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକଙ୍କ ମୃତ୍ୟୁ । ଏକ କାରଖାନାରେ କରୁଥିଲେ ସଫେଇ କାର୍ଯ୍ୟ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

10. IPL 2022: ଆଜି ଗୁଜୁରାଟ- ଲକ୍ଷ୍ନୌ ମୁକାବିଲା, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଦୁଇ ନୂଆ ଦଳ

ଆଜି ଆଇପିଏଲ ୧୫ ସଂସ୍କରଣର ଚତୁର୍ଥ ମ୍ୟାଚ ଖେଳାଯିବ । ଚଳିତ ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜୁରାଟ ଟାଇଟନ୍ସ ଆଜି (ସୋମବାର) ପରସ୍ପରକୁ ଭେଟିବେ ।

ABOUT THE AUTHOR

...view details