ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ପ୍ରମୁଖ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jan 3, 2022, 11:08 AM IST

୧.Odisha Corona Report: ଆଜିବି ୪୨୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୪୨୪ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦ରେ ପହଞ୍ଚିଛି ।

୨.ନୂଆବର୍ଷ ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ନୂଆବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଲେ ଭକ୍ତ । ଗତ ତିନିଦିନ ସାଧାରଣ ଦର୍ଶନ ବନ୍ଦ ରହିବା ପରେ ଆଜି ସାଧାରଣ ଦର୍ଶନକୁ ଅନୁମତି ମିଳିଛି ।

୩.Misson Uttarakhand: ଆଜି ଦେବଭୂମି ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଉତ୍ତରାଖଣ୍ଡରେ ନିର୍ବାଚନ ଲଢିବା ପାଇଁ ବିଭିନ୍ନ ଦଳ କସରତ ଆରମ୍ଭ କରିଥିବା ବେଳେ ଆଜି (ସୋମବାର) ଉତ୍ତରାଖଣ୍ଡ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal to visit Uttarakhand today) ।

୪.କୋଭିଡ ନିୟମ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଥିଲେ ସାଂସଦ, ବାନ୍ଧିଲା ପୋଲିସ

କୋରୋନା ନିୟମ ଉଲଘଂନ କରି ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ଉପରେ ଆକ୍ରମଣ ନେଇ ଗିରଫ ହୋଇଛନ୍ତି ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବଣ୍ଡି ସଞ୍ଜୟ କୁମାର (MP Bandi Sanjay Strike and Arrested Him for Violating Covid rules)।

୫.ଆରମ୍ଭ ହେଲା 15 ରୁ 18 ବର୍ଷ ବୟସ୍କଙ୍କ ଟୀକାକରଣ

ଆଜିଠୁ(ସୋମବାର) ଆରମ୍ଭ ହେଲା 15 ରୁ 18 ବର୍ଷ ବୟସ୍କଙ୍କ ଟୀକାକରଣ ପ୍ରକ୍ରିୟା। COWIN ପୋର୍ଟାଲରେ ପଞ୍ଜୀକରଣ କରିଥିବା କିଶୋରମାନେ ନେଉଛନ୍ତି ଟିକା । ଆଜି ସକାଳ 8 ଟା ସମୟରୁ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଯାଇଛି।

୬.Tribal Youth Exchange Programme: ୭ ଦିନିଆ ହାଇଦ୍ରାବାଦ ଗସ୍ତରେ ମାଲାନାଗିରି ଯୁବ ଆଦିବାସୀ

ଆଜିଠୁ ୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ୨୦୨୧-୨୨ (Tribal Youth Exchange Programme) ପାଳନ କରୁଛି ମାଲକାନଗିରି BSF । ଏ ନେଇ ୭ ଦିନିଆ ଭ୍ରମଣ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଆସିଛନ୍ତି ମାଲକାନାଗିରି ଜିଲ୍ଲାର ଯୁବ ଆଦିବାସୀ ।

୭.ରାଜ୍ୟରେ GST ସଂଗ୍ରହରେ ୪୩% ଅଭିବୃଦ୍ଧି

ଅର୍ଥନୀତିରେ ଅଭିବୃଦ୍ଧି ହେଲେ ଦେଶର ଅଗ୍ରଗତି ହୋଇଥାଏ । ଏ ନେଇ ଅର୍ଥନୀତିର ଭିତ୍ତିଭୂମି ସଜାଡିବ ସହ ସାମଗ୍ରୀ ଓ ସେବା ଶୁକ୍ଳ(GST)କୁ ଗୁରୁତ୍ବ ଦିଆଯାଏ ।

୮.6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR

6 ପଡୋଶୀ ଭାଷାର ପ୍ରସାରଣ ସମୟ ଅବଧିକୁ ବୃଦ୍ଧି କରିବାକୁ ଯାଉଛି ଆକାଶବାଣୀ (AIR) । ପୂର୍ବାପେକ୍ଷା ଦ୍ବିଗୁଣା ସମୟ ହେବ ପ୍ରସାରଣ । ଆସନ୍ତାକାଲି (ସୋମବାର) ଠାରୁ ହେବ ଆରମ୍ଭ ।

୯.India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ସୋମବାର ଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରି ସିରିଜରେ ଆଗୁଆ ସହ ଆତ୍ମବିଶ୍ବାସରେ ଭରପୁର ଥିବା ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମଥର ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ।

୧୦.ବଲିଉଡରେ ଡେବ୍ୟୁ କରିବେ ଆଲ୍ଲୁ ଅର୍ଜୁନ ! ରହିଛି ଏମିତି ସର୍ତ୍ତ

ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କୁ କିଏ ବା ନଜାଣେ । ଅଭିନେତାଙ୍କ ଲୋକପ୍ରିୟତାକୁ ଦେଖି ଏବେ ବଲିଉଡରୁ ବି ଅଫର ଆସୁଛି ।

ABOUT THE AUTHOR

...view details