ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 3, 2021, 11:04 AM IST

1. Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ

ବିଧାନସଭା ଶୀତ ଅଧିବେଶର ତୃତୀୟ ଦିନ (Odisha Assembly Winter Session) ରେ ବି ଗୃହ ଅଚଳ ।

2. Cyclone Jawad Update: ଅବପାତ ରୂପ ନେଲା ଜୱାଦ, 12 ଘଣ୍ଟାରେ ବାତ୍ୟା !

ଅବପାତରେ ରୂପ ନେଲା ବାତ୍ୟା ଜୱାଦ ( cyclone jawad) । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପଟଣମ ଠାରୁ ୭୭୦ କିଲୋମିଟର ଦୂରରେ ରହିଛି ।

3. Omicron In Rajasthan ! ଦକ୍ଷିଣ ଆଫ୍ରିକାରୁ ଫେରିଥିବା ରାଜସ୍ଥାନ ପରିବାରକୁ କୋରୋନା

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ରାଜସ୍ଥାନର ଗୋଟିଏ ପରିବାରର 4 ଜଣଙ୍କୁ କୋରୋନା । ଜିନମ ସିକ୍ବେନ୍ସିଂ(Genome Sequencing) ପାଇଁ ପଠାଯାଇଛି ନମୂନା ।

4. Odisha Corona Report: ଦିନକରେ ଚିହ୍ନଟ ହେଲେ ୨୭୦ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୦ କୋରୋନା ପଜିଟିଭ ଚିହ୍ନଟ ( odisha corona cases) । ସଂକ୍ରମିତଙ୍କ ମଧ୍ୟରୁ ୫୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ।

5. VIGGILANCE RAID: ଜମେନକିରା ସେବା ସମବାୟ ସମିତି MDଙ୍କ ଘରେ ଚଢାଉ, ୫ଟି ସ୍ଥାନରେ ଛାନଭିନ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜମେନକିରା ସେବା ସମବାୟ ସମିତି MD ଫନିନ୍ଦ୍ର କୁମାର ସାହୁଙ୍କ ଘରେ ଚଢାଉ କଲା ଭିଜିଲାନ୍ସ ଟିମ୍ ( Sambalpur Vigilance team ) ।

6. Paika Rebellion: ଶୁଣିଲେନି କେନ୍ଦ୍ର ସରକାର, କେସ ଷ୍ଟଡି ଭାବେ ପିଲା ପଢିବେ ପାଇକ ବିଦ୍ରୋହ

କେସ ଷ୍ଟଡି ଭାବରେ ଛାତ୍ରଛାତ୍ରୀ ପଢିବେ ପାଇକ ବିଦ୍ରୋହ(paika Rebellion) କାହାଣୀ । ବଦଳିଲାନି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷ୍ଣା ରେଡ୍ଡୀ (Union Culture Minister Kishan Reddy)ଙ୍କ ନିଷ୍ପତ୍ତି ।

7. Delta ଓ Omicron ଲଢେଇ ପାଇଁ ବାଇଡେନ ସରକାରଙ୍କ ବୁଷ୍ଟର ପ୍ଲାନ

Delta ଓ Omicron ବିରୋଧରେ ଲଢିବା ପାଇଁ ବାଇଡେନ ପ୍ରଶାସନର ପ୍ରସ୍ତୁତି । ଆମେରିକା ପାଇଁ ରାଷ୍ଟ୍ରପତି ବାଇଡେନ କରିପାରନ୍ତି ନୂଆ ଘୋଷଣା । କୋଭିଡ ବିରୋଧୀ ଲଢେଇ ସହ ଅର୍ଥନୀତିକୁ ମଧ୍ୟ ସୁରକ୍ଷା ଦେବାକୁ ଯୋଜନା ।

8. International Sand Festival: ବାଲୁକା କଳାରେ ଚମକୁଛି ଚନ୍ଦ୍ରଭାଗା ବେଳାଭୂମି, ମନ ମୋହିଲା ମାଣବସା

ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ (Konark Festival ) । ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମି (Chandrabhaga beach)ରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ (International Sand Painting Festival ) ଆରମ୍ଭ ହୋଇଯାଇଛି।

9. ଆସିଲା ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ, ବିନା ବନ୍ଧୁକରେ ଫୁଟୁଛି ଗୁଳି

ହାତୀ ଉପଦ୍ରବ ରୋକିବାକୁ ହାତୀ ଘଉଡାଇବା ଯନ୍ତ୍ର ଲାଇଟର ଗନ ତିଆରି କଲେ ଅନୁଗୋଳ କଲେଇପଡା ଗାଁର ରସାନନ୍ଦ ସାହୁ । ବନ୍ଧୁକ ନ ହୋଇବି ଲାଇଟର ଗନରୁ ଫୁଟୁଛି ଗୁଳି ଓ ବାଣ ପରି ହେଉଛି ବିସ୍ଫୋରଣ ଶବ୍ଦ ।

10. ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ଆଜି ୱାଙ୍ଖଡେ ଷ୍ଟାଡିୟମରେ ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ (India vs New Zealand second teat) ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟେଷ୍ଟ । ଗତ ଟେଷ୍ଟ ଚମ୍ପିଅନସିପର ସମସ୍ତ ପ୍ରତିଶୋଧ ନେବାକୁ ଯୋଜନା କରିଛି ଟିମ ଇଣ୍ଡିଆ ।

ABOUT THE AUTHOR

...view details