ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 8, 2021, 11:01 AM IST

1. ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଯଶୋୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା । ହାଇକୋର୍ଟ ନୂଆ କନଫ‌ରେନ୍ସ ହଲ୍‌ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ।

2. ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ଅନୁଗୋଳ ଜାତୀୟ ରାଜପଥ ସମ୍ପ୍ରସାରଣ ବିକାଶମୂଳକ କାମ ତ୍ବରାନ୍ବିତ ପାଇଁ ଚିଠିରେ ଉଲ୍ଲେଖ ।

3. ରାଜଧାନୀରେ ୮ ଘଣ୍ଟା ଜଳଯୋଗାଣ ବନ୍ଦ, ସହଯୋଗ କରିବାକୁ ୱାଟକୋର ଅନୁରୋଧ

ଆଜି(ଶୁକ୍ରବାର) ୮ଘଣ୍ଟା ପାଇଁ ବନ୍ଦ ରହିଛି ଯୋଗାଣ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି ।

4. ଆଜି ନବରାତ୍ରୀର ଦ୍ବିତୀୟ ଦିନ, ତ୍ୟାଗ ଓ ତପସ୍ୟାର ଦେବୀ ବ୍ରହ୍ମଚାରିଣୀ

ଆଜି ନବରାତ୍ରୀର ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା ଦୁର୍ଗା । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ ,ତ୍ୟାଗ, ବୈରାଗ୍ୟ , ସଦାଚାରରେ ବୃଦ୍ଧିହୁଏ ।

5.ହେପାଜତରେ ଆର୍ଯ୍ୟନ ଖାନ୍‌, ଆଜି ଜାମିନ ଆବେଦନର ଶୁଣାଣି

ଡ୍ରଗସ୍‌ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନ୍‌ଙ୍କ ବେଲ ଆବେଦନ ଖାରଜ୍‌ ହୋଇଯିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି(ଶୁକ୍ରବାର) ଅର୍ଯ୍ୟାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ହେବ ।

6.ଆସୁଛି ବାତ୍ୟା; ଫିକା ପଡିପାରେ ଦୁର୍ଗାପୂଜା !

ପାର୍ବଣ ଋତୁରେ ଆସୁଛି ଲଘୁଚାପ । ଫଳରେ ଫିକା ପଡିପାରେ ଏଥର ଦୁର୍ଗାପୂଜା। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

7. ତୈଳ ଦରରେ ନିଆଁ, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଗତ ମଙ୍ଗଳବାର ଠାରୁ ତୈଳ ଦର ବୃଦ୍ଧିରେ ଲାଗିନି ବ୍ରେକ । ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍...

8. ଭାରତୀୟ ପାଇଁ ନରମିଲା ବିଟ୍ରେନ, ଏଣିକି ରହିବାକୁ ପଡିବନି କ୍ବାରେଣ୍ଟାଇନ

କୋଭିସିଲ୍ଡର ୨ଟି ଡୋଜ ନେଇଥିବା ଭାରତୀୟ ଏବେ ବ୍ରିଟେନରେ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । ନିୟମ କୋହଳ କଲା ବ୍ରିଟେନ ।

9. ଲଖିମପୁର ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ୨କୋଟି ସହ ଚାକିରି ପାଇଁ ସମାଜବାଦୀ ପାର୍ଟିର ଦାବି

ଲଖିମପୁର ହିଂସାକାଣ୍ଡରେ ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ୨ କୋଟି ଟଙ୍କା ଓ ସରକାରୀ ଚାକିରି ଦେବାକୁ ଦାବି କରିଛି ସମାଜବାଦୀ ପାର୍ଟି ।

10. IPL 2021: ଆଜି ମୁମ୍ବାଇ-ହାଇଦ୍ରାବାଦ, ଦିଲ୍ଲୀ-ବାଙ୍ଗାଲୋର ମଧ୍ୟରେ ମୁକାବିଲା

ଆଜି(ଶୁକ୍ରବାର) ଆଇପିଏଲରେ ଡବଲହେଡର ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦ ସହିତ ମୁ୍ମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ସହିତ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା ।

ABOUT THE AUTHOR

...view details