ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 8, 2021, 11:01 AM IST

1. STATE CORONA: ଦିନକରେ 762 ପଜିଟିଭ, 102 ଶିଶୁ ଆକ୍ରାନ୍ତ

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 762 କୋରୋନା ପଜିଟିଭ ଚିହ୍ନଟ ।

2. INDIA CORONA: ଦିନକରେ 37,875 ପଜିଟିଭ ଚିହ୍ନଟ, 369 ମୃତ

ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 875 ନୂତନ କୋରୋନା ମାମଲା ଚିହ୍ନଟ ହେବା ସହ 369 ଜଣଙ୍କ ମୃତ୍ୟୁ ହୋଇଛି ।

3. ଅକ୍ଷୟଙ୍କୁ ଏକା କରି ଆରପାରିକୁ ଚାଲିଗଲେ ମା’ ଅରୁଣା

ଆରପାରିକୁ ଚାଲିଗଲେ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ । ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ଦେହାନ୍ତ ।

4. ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ମୃତ

ଇଣ୍ଡୋନେସିଆର ବାଣ୍ଟେନ ସହରରେ ଥିବା ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଘଟଣରେ ୪୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

5. ମାସ୍କ ନ ପିନ୍ଧିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମନା

ମାସ୍କ ନ ପିନ୍ଧିଥିଲେ ସ୍କୁଲ ଭିତରକୁ ପଶି ପାରିବେନି ଛାତ୍ରଛାତ୍ରୀ। ଏଣିକି ସ୍କୁଲ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି।

6. ପୋଲିସକୁ ଭୁଆଁ ଵୁଲାଇ ଫସିଗଲେ ଫାଇନାନ୍ସ କର୍ମଚାରୀ, ନିଜେ ଲୁଟି ଛିନତାଇର କରିଥିଲେ ଅଭିଯୋଗ

ଭୁବନେଶ୍ବରରୁ ଫାଇନାସ୍ସ କମ୍ପାନୀର କର୍ମଚାରୀ ଗିରଫ । ନିଜେ ଟଙ୍କା ଲୁଟ କରି କରୁଥିଲେ ନାଟକ । ପୋଲିସ ଆଗରେ ମାନିଲା ସତ ।

7. ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ହୋଇପାରେ ଆଲୋଚନା ।

8. World Physiotherapy Day: ଚିକିତ୍ସା କ୍ଷେତ୍ରରେ ଫିଜିଓଥେରାପିର ମହତ୍ତ୍ବ ଉପାୟ

ମାନସିକ ସ୍ଥିତିରେ ସୁସ୍ଥତା ଆଣିବା ଦିଗରେ ବ୍ୟବହାର ହେଉଥିବା ଚିକିତ୍ସାକୁ ଫିଜିଓଥେରାପି କୁହାଯାଏ । ଆଜି ବିଶ୍ବ ଫିଜିଓଥେରାପି ଦିବସ । ଫିଜିଓଥେରାପି ଚିକିତ୍ସାର ମହତ୍ତ୍ବକୁ ମନେପକାଇବା ଏବଂ ଫିଜିଓଥେରାପିଷ୍ଟମାନେ ସେମାନଙ୍କର ରୋଗୀ ଏବଂ ଚିକିତ୍ସା ପାଇଁ କରୁଥିବା କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

9. International Literacy Day, ସାକ୍ଷରତା କୌଶଳ ଠୁ ଦୂରରେ ୭୭ କୋଟି

ଶିକ୍ଷା ଅଜ୍ଞାନ ଅନ୍ଧାରରୁ ଆଲୋକ ଦିଏ । ଶିକ୍ଷା ସମାଜରେ ପ୍ରତିଷ୍ଠିତ କରାଏ । ପ୍ରତିବର୍ଷ ଆଜିର ତାରିଖରେ ବିଶ୍ବବ୍ୟାପୀ ସର୍ବତ୍ର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଏ । ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଓ ସମାଜକୁ ସାକ୍ଷରତାର ଗୁରୁତ୍ବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୧୯୬୭ ମସିହାରୁ ୟୁନେସ୍କୋ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

10. State Corona Death Report; ଆଖି ବୁଜିଲେ ଆଉ 8 ଜଣ

ରାଜ୍ୟରେ ତଳମୁହାଁ ହୋଇଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ABOUT THE AUTHOR

...view details