ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 5, 2021, 11:04 AM IST

୧. Tokyo Paralympics: ଭାରତ ପାଇଁ ପଦକ ବର୍ଷା, ବ୍ୟାଡମିଣ୍ଟନ SL6ରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା

ଅନ୍ତିମ ଦିନରେ ଭାରତ ପାଇଁ ପଦକ ପରେ ପଦକ ବର୍ଷା ହେବାର ଲାଗିଛି । ପ୍ରଥମେ ବ୍ୟାଡମିଣ୍ଟନ ଏସଏଲ୪ରେ ସୁହାସଙ୍କୁ ରୌପ୍ୟ ପରେ ପୁଣି ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି କ୍ରିଷ୍ଣା ନାଗର ।

୨. ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା; ସୋମବାର ଶୁଭେନ୍ଦୁଙ୍କ ବୟାନ ରେକର୍ଡ କରିବ CID

ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା । ଏନେଇ ସୋମବାର ସିଆଇଡି ମୁଖ୍ୟାଳୟରେ ହାଜର ହେବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

୩. State Corona Death; ଆଜି ଆଉ 7 ଜଣଙ୍କ କୋରୋନାରେ ମୃତ୍ୟୁ

କିଛିଦିନ ହେବ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଆଜି(ରବିବାର) ରାଜ୍ୟରେ ୭ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

୪. ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରି ଫସିଲେ ସଲମାନ

2019 ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସମେତ ୩୮ ଜଣଙ୍କ ନାମରେ ମାମଲା ରୁଜୁ ।

୫. Happy Teacher's Day: ତାଙ୍କ ଛାଟ ଦେଖାଏ ବାଟ

ତାଙ୍କ ପାଖରେ ଅଛି ଜ୍ଞାନର ଗନ୍ତାଘର, ତାଙ୍କ ଛାଟରେ ଅଛି ଅନୁଶାସନର ସମସ୍ତ ଗୁଣ । ଶିଷ୍ୟର ଜୟ-ପରାଜୟକୁ ଯିଏ ନିଜର ଜୟ-ପରାଜୟ ମଣନ୍ତି ସେ 'ଗୁରୁ' । ଆଜି ଏହି ନିସ୍ବାର୍ଥପର ବ୍ୟକ୍ତିତ୍ବ ଗୁରୁଙ୍କ ଦିବସ ।

୬. ପବିତ୍ର ଗୁରୁ ଦିବସରେ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପବିତ୍ର ଗୁରୁ ଦିବସରେ ଦେଶର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

୭. ଆଜି ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ, ଶ୍ରୀଅଙ୍ଗରେ ଲାଗିବ ରତ୍ନ ଅଳଙ୍କାର

ଆଜି(ରବିବାର) ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୁଏ ।

୮. Tokyo Paralympics; SL4 ବ୍ୟାଡମିଣ୍ଟନରେ ଯୁବ IAS ଅଫିସର ସୁହାସଙ୍କୁ ରୌପ୍ୟ

ଅନ୍ତିମ ଦିନରେ ଭାରତକୁ ମିଲିଛି ଆଉ ଏକ ରୌପ୍ୟ ପଦକ । ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଯୁବ ଆଇଏଏସ ଅଫିସର ସୁହାସ ୟାଥିରାଜ । ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ ।

୯. ମିର୍ଜାପୁର 2 ଯୁବକଙ୍କ ମୃତଦେହ ମିଳିବା ଘଟଣା; ମିଳିଲା ମଦବାର CCTVର ଫୁଟେଜ୍‌

ମିର୍ଜାପୁର ନିକଟରୁ ୨ଟି ମୃତଦେହ ମିଳିବା ଘଟଣା । ମୃତ୍ୟୁ ପୂର୍ବରୁ ଏକ ମଦ ବାରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ଗାଁ ମଶାଣିରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

୧୦. କ୍ୟାପିଟାଲ ହସ୍ପିଟାଲରେ ପ୍ରସୂତିଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ

ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି । ହେଲେ କେଉଁଠି ନା କେଉଁଠି ଅବହେଳା ରହୁଛି । ଯାହାର ସଦ୍ୟତମ ଉଦାହରଣ ହେଉଛି କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ।

ABOUT THE AUTHOR

...view details