ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 29, 2021, 11:05 AM IST

1. ସିଲଭର ଗାର୍ଲ ଭାବିନାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଟେବୁଲ ଟେନିସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଭାବିନା । ଏନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

2. Tokyo Paralympics; ଇତିହାସ ରଚିଲେ ଭାବିନା, ଦେଶ ପାଇଁ ଜିତିଲେ ରୌପ୍ୟ

ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନାବେନ ପଟେଲ । ଟିଟି ଫାଇନାଲରେ ଚୀନ ପ୍ରତିନ୍ଦ୍ବନ୍ଦୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି ଭାବିନା ।

3. INDIA CORONA; ଦିନକରେ 45,083 ପଜିଟିଭ ଚିହ୍ନଟ, 460 ମୃତ

କିଛି ଦିନର ବ୍ୟବଧାନ ପରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ 45 ହଜାର 83 ପଜିଟିଭ ଚିହ୍ନଟ ସହିତ 460 ଜଣଙ୍କ ମୃତ୍ୟୁ ହୋଇଛି ।

4. ବଢୁଛି ତୃତୀୟ ଲହର ଆଶଙ୍କା, ଆଉ ୧୧୯ ଶିଶୁ କୋରୋନା ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ କୋରୋନା ପଜିଟିଭ ଚିହ୍ନଟ ।

5. SCBରେ ଏକମୋ ସେବା ଆରମ୍ଭ, ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲେ ମହିଳା

SCB ମେଡିକାଲରେ ଆରମ୍ଭ ହେଲା ECMO ଚିକିତ୍ସା । ରୋଗୀଙ୍କୁ ମିଳିବ ମାଗଣା ସେବା ।

6. କାବୁଲ ବିମାନ ବନ୍ଦରରେ ପୁଣି ହୋଇପାରେ ଆକ୍ରମଣ, ସତର୍କ କରାଇଲେ ବାଇଡେନ

ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ହମଲା ନେଇ ସତର୍କ କରାଇଲେ ଆମେରିକା ରାଷ୍ଟ୍ରପତି ।

7. ଦୁଇ ପାକିସ୍ତାନୀଙ୍କୁ ମୁକ୍ତ କଲା ଭାରତ; ଅଟାରୀ ସୀମା ଦେଇ ବାହୁଡିଲେ ସ୍ବଦେଶ

ଦୁଇ ପାକିସ୍ତାନୀଙ୍କୁ ମୁକ୍ତ କଲା ଭାରତ । ସେମାନଙ୍କ ସଜା ଶେଷ ହେବା ପରେ ଶନିବାର ଦିନ ୨ ପାକିସ୍ତାନୀ ବନ୍ଦୀଙ୍କୁ ନିଜ ଦେଶକୁ ପଠାଯାଇଛି ।

8. କାଲି ଜନ୍ମାଷ୍ଟମୀ; ମଥୁରା କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ

ଆସନ୍ତାକାଲି( ସୋମବାର) ଜନ୍ମାଷ୍ଟମୀ । ରାମଲୀଳା ମଇଦାନରେ କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ ।

9. NATIONAL SPORTS DAY 2021; ଧାନଚାନ୍ଦଙ୍କ ପାଇଁ ଦିନଟିଏ

ଦିନେ ଯାହାଙ୍କ ଖେଳ ସମସ୍ତଙ୍କୁ ଚକିତ କରିଥିଲା । ଯାହା ପାଇଁ ବିଶ୍ବ କ୍ରୀଡାକୁ ନେଇ ଭାରତ ନାମ ପାଇଲା । ଆଜି ସେହି କିମ୍ବଦନ୍ତୀ ହକି ଯାଦୁଗର ଧାନଚାନ୍ଦଙ୍କ ଜନ୍ମ ଦିବସ । ଏହି କ୍ରୀଡାବିତଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ ।

10. ଆଜି ଖୁଦୁରୁୁକୁଣୀ ଓଷା, ଖୁଦ ଦେଇ ଭାଇର ଶୁଭ ମନାସେ ଭଭଣୀ

ଆଜି ଖୁଦୁରୁୁକୁଣୀ ଓଷା । ଓଡିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ । ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ମଧ୍ୟ କୁହାଯାଏ । ମୁଖ୍ୟତଃ ଝିଅ ମାନେ ଏହି ଓଷା କରିଥାନ୍ତି ।

ABOUT THE AUTHOR

...view details