ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 22, 2021, 11:00 AM IST

Updated : Aug 22, 2021, 11:28 AM IST

1. କାବୁଲରୁ ସ୍ବଦେଶ ଫେରିଲେ 107 ଭାରତୀୟ

ଆଫଗାନିସ୍ତାନର କାବୁଲରୁ ଉଡାଣ ଭରିଥିବା ଭାରତୀୟ ବାୟୁସେନାର C-17 ବିମାନ ଆଜି ଗାଜିଆବାଦର ହିଣ୍ଡନ IAF ବେସରେ ଅବତରଣ କରିଛି । ତେବେ ବିମାନରେ 107 ଜଣ ଭାରତୀୟ ନାଗରିକଙ୍କ ସମେତ 168 ଜଣ ଥିବା ଜଣାପଡ଼ିଛି ।

2. ଆଫଗାନିସ୍ତାନ ସଙ୍କଟ, US ପ୍ରତିପକ୍ଷଙ୍କ ସହ UK ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା

ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ ୟୁଏସ ସଚିବ ଆଣ୍ଟୋନି ବ୍ଲିନକେନ ଓ ଫ୍ରେନ୍ସ ବୈଦେଶିକ ମନ୍ତ୍ରୀ ଜିନ ୟାଭେସ ଲେ ଡାରିଆନଙ୍କ ସହିତ ଆଫଗାନିସ୍ତାନ ସଙ୍କଟକୁ ନେଇ ଆଲୋଚନା କରିଛନ୍ତି ।

3. ସୋମବାର କଲ୍ୟାଣଙ୍କ ହେବ ଶେଷକୃତ, ଆଜି ଶ୍ରଦ୍ଧାଞ୍ଜଳି ଦେବେ ମୋଦି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ । ସୋମବାର ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅନ୍ତିମ ସଂସ୍କାର ।

4.ଆଜି ଆଫଗାନସ୍ତାନରୁ ସ୍ବଦେଶ ଫେରୁଛନ୍ତି 300 ଭାରତୀୟ

କାବୁଲକୁ ତାଲିବାନ କବଜା କରିବା ପରେ ଭୟଭୀତ ହୋଇପଡିଛନ୍ତି ଲୋକ । ତାଲିବାନଙ୍କ ଆତଙ୍କୀରାଜ ପାଇଁ ଦେଶ ଛାଡି ଚାଲି ଯାଉଛନ୍ତି ଲୋକେ । ତେବେ ଆଜି ପାଖାପାଖି 300 ଭାରତୀୟ ସ୍ବଦେଶ ପହଞ୍ଚିବାର ସମ୍ଭାବନା ରହିଛି ।

5. କୋରୋନା ନେଲା ଆଉ ୬୯ ଜୀବନ

ଆଜି(ରବିବାର) ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୩୫୮କୁ ବୃଦ୍ଧି ହୋଇଛି ।

6. STATE CORONA: ଦିନକରେ ୮୫୩ ପଜିଟିଭ ଚିହ୍ନଟ, ୧୦୦ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ ତଳକୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ।

7. INDIA CORONA: ଦିନକରେ 30,948 ଆକ୍ରାନ୍ତ ଚିହ୍ନଟ, 403 ମୃତ

ଦେଶରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାର 948 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ 10.18 ପ୍ରତିଶତ ହ୍ରାସ ପାଇଛି ।

8. କର୍ତ୍ତବ୍ୟ ଆଗରେ ସମସ୍ତେ ସମାନ, ସଲମାନଙ୍କୁ ଯାଞ୍ଚ କରି ଚର୍ଚ୍ଚାରେ ଓଡିଆ ଯବାନ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଏୟାରପୋର୍ଟରେ ଅଟକାଇ ଚର୍ଚ୍ଚାରେ ଓଡ଼ିଆ ଯବାନ l ସମସ୍ତଙ୍କ ପରି ସଲମାନଙ୍କ କାଗଜପତ୍ର ଯାଞ୍ଚ କରିଥିବା ଓଡିଆ ଯବାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

9. ରାକ୍ଷୀ ପୂର୍ଣ୍ଣିମା: ଅତୁଟ ଏ ବନ୍ଧନ, ପବିତ୍ର ଏ ସମ୍ପର୍କ

ଆଜି ହେଉଛି ଭାରତୀୟ ପରମ୍ପରାର ସୁନ୍ଦର ନିଦର୍ଶନ ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ପୁରଠୁ ପଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର । ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା କରି ରାକ୍ଷୀ ବାନ୍ଧୁଛି ଭଉଣୀ ।

10. ବେଙ୍ଗଲ ବଜାରରେ ଦିଦି-ମୋଦି ରାକ୍ଷୀ

ବଜାରରେ ମିଳୁଛି କଂଗ୍ରେସ ଓ ବିଜେପି ରାକ୍ଷୀ । କେତେକ ରାକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଟୋ ଲଗାଯାଇ ଥିବାବେଳେ ଅନ୍ୟ କେତେକ ରାକ୍ଷୀରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଖିବାକୁ ମିଳିଛି ।

Last Updated : Aug 22, 2021, 11:28 AM IST

ABOUT THE AUTHOR

...view details