ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 12, 2021, 11:04 AM IST

1. ହିମାଚଳପ୍ରଦେଶରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନ । ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

2. EOS-3 ସାଟେଲାଇଟ ଲଞ୍ଚ; ଅନ୍ତିମ ମିନିଟରେ କ୍ରାୟୋଜନିକ ଇଞ୍ଜିନ ଫେଲ୍‌

ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ପରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟର ପରିସର ପୁରା ସ୍ତବ୍ଧ ହୋଇଯାଇଥିଲା । ତେବେ ଇସ୍ରୋ ପକ୍ଷରୁ କୁହାଯାଇଛି ମିଶନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇନାହିଁ । ଆଶିଂକ ବିଫଳ ହୋଇଛି ।

3. CORONA DEATH REPORT: ଆଉ ୬୭ଜଣଙ୍କ ମୃତ୍ୟୁ

ଆଜି(ଗୁରୁବାର) ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ କୋରୋନାଜନିତ ମୃତ୍ୟୁସଂଖ୍ୟା ୬,୬୯୭କୁ ବୃଦ୍ଧି ହୋଇଛି ।

4. India Corona: ଆଜି 40 ହଜାର ଉପରେ ଦୈନିକ ସଂକ୍ରମଣ, 490 ମୃତ

କିଛି ଦିନର ହ୍ରାସ ପରେ ପୁଣି ବଢିବାରେ ଲାଗିଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 41 ହଜାର 195 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 490 ଜଣଙ୍କ ମୃତ୍ୟୁ ହୋଇଛି ।

5. ଆଜି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି

ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ଦିନଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଅଧୀନରେ ପଦୋନ୍ନତି ପାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହେବେ ମୋଦି ।

6. ଖୋଲିଲା ଜଗାଦ୍ବାର, ଭକ୍ତ ନୁହେଁ ସେବାୟତ କରୁଛନ୍ତି ଦର୍ଶନ

ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର । ହେଲେ ଆଜିଠୁ ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ଏବଂ ଆସନ୍ତାକାଲି(ଶୁକ୍ରବାର) ଜଗାକୁ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି ।

7. ଆଜିଠୁ +2 ନାମଲେଖା ପକ୍ରିୟା, କଟ୍ଅଫ୍ ମାର୍କ ଉପରେ ନଜର

ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।

8. STATE CORONA: ଦିନକରେ ୧୧୦୭ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

9. ନିର୍ମଳାଙ୍କୁ ଭେଟିଲେ ପ୍ରତାପ, LICର ଡିଭିଜନାଲ୍ ଅଫିସ୍ ପାଇଁ କଲେ ନିବେଦନ

ବାଲେଶ୍ୱରରେ LICର ଏକ ଡିଭିଜନାଲ୍ ଅଫିସ୍ ଖୋଲିବା ପାଇଁ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

10. ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ 'ଶେରଶାହା'

ଆମାଜନ୍ ପ୍ରାଇମରେ ଆଜି ରିଲିଜ୍ ହେବ ଜଣେ ବୀର ଯବାନଙ୍କ ସତ୍ୟ କାହାଣୀ ଉପରେ ଆଧାରିତ 'ଶେରଶାହା' ।

ABOUT THE AUTHOR

...view details