ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 10, 2021, 11:01 AM IST

1. ରେଡ୍ ଆଲର୍ଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, 10 ଦିନ ଯାଏଁ ସୁରକ୍ଷା ବ୍ୟବସ୍ଥା କଡାକଡି

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦର ପାଇଁ ମଧ୍ୟ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

2. Monsoon Session; ଆଜି ଲୋକସଭାରେ ପାରିତ ହେବ OBC ବିଲ

ଆଜି ଲୋକସଭାରେ ଆଗତ ହେବ ‘ଓବିସି ବିଲ’ । ଏଥିପାଇଁ ସମସ୍ତ ଦଳ ଦଳୀୟ ସାଂସଦଙ୍କ ପାଇଁ ଜାରି କଲେ ହ୍ବିପ । ଆଉ ବଡ କଥା ହେଉଛି ବିଲକୁ ସମର୍ଥନ ପାଇଁ ବିରୋଧୀ ବି ସମର୍ଥନ ଦେଇଛନ୍ତି ।

3. ଦୀର୍ଘ ୧୪୭ ଦିନର ଟ୍ରେଣ୍ଡରେ ଲାଗିଲା ବ୍ରେକ, ୨୮ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ଦୀର୍ଘ ୧୪୭ ଦିନ ପରେ ୪୦ ହଜାର ଟ୍ରେଣ୍ଡରୁ ଖସିଲା ଦୈନିକ ସଂକ୍ରମଣ । ଦିନକରେ ଦେଶରୁ ୨୮ ହଜାର ୨୦୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୩୭୩ ମୃତ ।

4. ଆଉ ୬୪ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 6565କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୦ଜଣଙ୍କ ଜୀବନ ନେଇଛି ମହାମାରୀ ।

5. ପୁଣି ବଢିଲା ସଂକ୍ରମଣ, ଦିନକରେ ୧୦୪୧ କୋରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6. ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କିରାଣୀ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ ।

7. ଭିଜିଲାନ୍ସ ଜାଲରେ ଟେକନିକାଲ କନସଲଟାଣ୍ଟ, ଏକା ସଙ୍ଗେ ୪ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଯୋଡ଼ା ବ୍ଲକ ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ।

8. ଖୋଲିଲା ଘଟଗାଁ ତାରିଣୀ ପୀଠ, ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କୋରୋନା ମହାମାରୀର ଦ୍ବିତୀୟ ଲହର ପରେ ବିଭିନ୍ନ ମଠ ମନ୍ଦିର, ଦେବସ୍ଥାନ ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଥିଲା । ଆଉ କୋଭିଡ କଟକଣାରେ ସାମୟିକ କୋହଳ ପରେ ଅଗଷ୍ଟ ମାସରେ ସମସ୍ତ ଦେବାଳୟ ଖୋଲିବା ନେଇ ଏସଓପି ଜାରି କରିଛନ୍ତି ସରକାର ।

9. ସୋପିଆନରେ CRPF ଯବାନଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ, ଜଣେ ଯବାନ ଆହତ

ଜମ୍ମୁ କଶ୍ମୀର ସୋପିଆନରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ।

10. AIADMK ପୂର୍ବତନ ମନ୍ତ୍ରୀଙ୍କ ଘରେ DVACର ଚଢାଉ

ଡିଭିଏସି(ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ)ର ବିଭିନ୍ନ ସ୍ଥାନରେ ଚଢାଉ । ଏହା ଚଢାଉରେ ଫସିଛନ୍ତି ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ଭେଲୁମାନୀ ।

ABOUT THE AUTHOR

...view details