ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 1, 2021, 11:08 AM IST

1. ଦେଶରେ କୋରୋନା ସୁନାମୀ, 24 ଘଣ୍ଟାରେ 4 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ଦିନ ଗଡିବା ସହ ବଢୁଛି ସଂକ୍ରମଣର ହାର । ଦୈନିକ ସଂକ୍ରମଣ ଏବେ ଦିନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ।

2. କୋରୋନାରେ ଆଖି ବୁଜିଲେ ଗିରଫ ବାହୁବଳୀ ନେତା ଶାହାବୁଦ୍ଦିନ

ବାହୁବଳୀ ନେତା ତଥା ତିହାର ଜେଲରେ ସଜା କାଟୁଥିବା ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ମୃତ୍ୟୁ ।

3. ରାଜ୍ୟରେ ଭୟଙ୍କର ସ୍ଥିତିରେ କୋରୋନା, 10 ହଜାର ଟପିଲା ଦୈନିକ ସଂକ୍ରମଣ

ଆଜି(ଶନିବାର) ରାଜ୍ୟରେ କୋରୋନା ଦ୍ବିତୀୟ ଲହରର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ଆଜିର ଦୈନିକ ସଂକ୍ରମଣ ।

4. କୋରୋନା ମୁକାବିଲା: ରାଜ୍ୟର ସମସ୍ତ ସହରାଞ୍ଚଳ ସଟଡ଼ାଉନ

ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସପ୍ତାହନ୍ତ ସଟଡାଉନ ଶନିବାର ଲାଗୁ କରାଯାଇଛି ।

5. ଆଜିଠୁ ଜୁଲାଇ 31 ଯାଏଁ ଭିତରକନିକା ବନ୍ଦ

ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ 31 ଯାଏଁ ବନ୍ଦ ରହିବ ।

6. ଆଜିଠୁ 21 ସହରକୁ ସରକାରୀ ବସ ଚଳାଚଳ ବାତିଲ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ 21ଟି ସହରକୁ ସରକାରୀ ବସ ଚଳାଚଳ ବାତିଲ କରିଛି ପରିବହନ ବିଭାଗ ।

7. ଜାପାନରେ ଜୋରଦାର ଭୂକମ୍ପ, ସୁନାମିର ନାହିଁ ଭୟ

ଆଜି(ଶନିବାର) ସକାଳେ ଉତ୍ତର ଜାପାନରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଟୋକିଓରେ କୋଠାଗୁଡ଼ିକରେ ଏହାର ପ୍ରଭାବ ପଡିଥିଲା ।

8. ଆଜିଠୁ ଝାରସୁଗୁଡ଼ାରୁ ଆସାମ-ବିହାରକୁ ଉଡିବ ବିମାନ

ଆଜିଠୁ ଝାରସୁଗୁଡା ବିମାନ ବନ୍ଦରରୁ ଆସାମ ଓ ବିହାରକୁ ବିମାନ ସେବା ଆରମ୍ଭ ହୋଇଛି ।

9.ଗୁଜୁରାଟ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 16 ମୃତ

ଗୁଜରାଟର ଭରୁଚରେ ସ୍ଥିତ ପଟେଲ ୱେଲଫେୟାର କୋଭିଡ କେୟାର ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ 16 ଜଣଙ୍କ ମୃତ୍ୟୁ ।

10. ଲସି ପିଇ 100ରୁ ଊର୍ଦ୍ଧ୍ବ ଅସୁସ୍ଥ

ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚୟତରେ ବିଷାକ୍ତ ଲସି ପିଇ 100ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ।

ABOUT THE AUTHOR

...view details