ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@11AM

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 18, 2021, 11:03 AM IST

1.ସାନିଟାଇଜ ହେଲା ଶ୍ରୀମନ୍ଦିର, ଆଜି ଦର୍ଶନ ବନ୍ଦ

ସଂକ୍ରମଣକୁ ପାଇଁ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ କରାଗଲା ବିଶୋଧନ। ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ।

2.ଉପରମୁହାଁ ସଂକ୍ରମଣ, ଦିନକରେ 2 ଲକ୍ଷ 61 ହଜାର 500 ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ 2 ଲକ୍ଷ 61 ହଜାର 500 ନୂଆ ଆକ୍ରାନ୍ତ ଚିହ୍ନଟ । 1 ହଜାର 501 ଜଣଙ୍କର ହୋଇଛି ମୃତ୍ୟୁ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

3.ରାଷ୍ଟ୍ରପତି ବୀରତା ପୁରସ୍କାରରେ ସମ୍ମାନିତ ଓଡିଆ CRPF ଯବାନ

ଓଡିଶାର କେନ୍ଦୁଝର ଜିଲ୍ଲା ସୁଆଁଳ ଗ୍ରାମରେ ସିଆରପିଏଫ ଯବାନ ଅମରେଶ ଜେନାଙ୍କୁ ରାଷ୍ଟ୍ରପତି ବୀରତା ପୁରସ୍କାର ପ୍ରଦାନ କରାଯାଇଛି ।

4.ରାଜ୍ୟରେ ବଢୁଛି ସଂକ୍ରମଣ, ଆଜି 3664 ପଜିଟିଭ ଚିହ୍ନଟ

ରାଜ୍ୟରେ ବେକାବୁ ସ୍ଥିତିରେ କୋରୋନା । ଆଜି ରାଜ୍ୟରେ 3 ହଜାର 664 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 704ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5.ଝିଅବୋହୂଙ୍କୁ କରୁଥିଲା ଅଶ୍ଲୀଳ ଇଙ୍ଗିତ; ନିସ୍ତୁକ ମାଡ ପରେ ରୋମିଓକୁ ୬ ମାସ ରୋଡ଼ ମନା

3 ମାସ ଧରି ଝିଅବୋହୂଙ୍କୁ ରାସ୍ତାରେ ଚଲାଇ ଦେଉନଥିଲା ରୋଡ ରୋମିଓ । ଗ୍ରାମବାସୀଙ୍କ ହାବୁଡରେ ଧରାପଡିବା ପରେ 6 ମାସ ପାଇଁ ବନ୍ଦ ହେଲା ରୋଡ ।

6.ବଢୁଛି ସଂକ୍ରମଣ,ବନ୍ଦ କର ରାଜନୈତିକ କାର୍ଯ୍ୟକ୍ରମ: ଗେହଲଟ

ଦେଶରେ ମହାମାରୀ ତାଣ୍ଡବ ରଚୁଛି । ଅନ୍ୟପଟେ କ୍ଷମତା ପାଇଁ ଜାରି ରହିଛି ନିର୍ବାଚନୀ ପ୍ରଚାର ପ୍ରସାର । ଏପରି ସ୍ଥିତିରେ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ରୋଡ ଶୋ’ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

7.ବିଶ୍ବରେ 3 ମିଲିୟନ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା

ଡରାଉଛି ମହାମାରୀ । ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ଟପିଲା 3 ମିଲିୟନ ।

8.ବାରଣାସୀରେ କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଆଜି ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

9.‘ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିବ କୋରୋନାର ଦ୍ବିତୀୟ ଲହର’

ଭାରତରେ ୧୦୦ଦିନ ପର୍ଯ୍ୟନ୍ତ ରହିପାରେ କୋରୋନାର ଦ୍ବିତୀୟ ଲହର । ତେବେ ଯେପର୍ଯ୍ୟନ୍ତ ୭୦ ପ୍ରତିଶତ ଲୋକଙ୍କର ଭାକ୍ସିନେସନ ହେବ ନାହିଁ ଏବଂ ଲୋକେ ହାର୍ଡ ଇମ୍ୟୁନିଟି ହାସଲ କରିବେ ନାହିଁ, ସେପର୍ଯ୍ୟନ୍ତ କୋରୋନାର ଏହି ଲହର ବାରମ୍ବାର ଆସୁଥିବ ବୋଲି କହିଛନ୍ତି ବିଶେଷଜ୍ଞ ।

10.ଚେପକରେ ମୁମ୍ବାଇ ଚମକ; 13 ରନରେ ଜିତିଲା ମ୍ୟାଚ

ଆଇପିଏଲର ନବମ ଲିଗରେ ସନରାଇର୍ଜସ ହାଇଦ୍ରାବାଦକୁ 13 ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ ।

For All Latest Updates

ABOUT THE AUTHOR

...view details