ଓଡିଶା

odisha

ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସକାଳ ୧୧ଟାର ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 12, 2022, 11:01 AM IST

1.ଆଜି ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଗଠିତ ଖଣ୍ଡପୀଠ ଆଜି (ସୋମବାର) ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରିବେ । ଏନେଇ ମୋଟ 15ଟି ଖଣ୍ଡପୀଠ ବସିବ ।

2.Odisha Weather Update: ସକ୍ରିୟ ହେଲା ମୌସୁମୀ, ରାଜ୍ୟରେ ବର୍ଷା ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରୀଭୂତ ଲଘୁଚାପ ଦକ୍ଷିଣ ଛତିଶଗଡ଼ରେ ଅବପାତ (Depression over south Chhattisgarh) ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

3.India Corona, ଦିନକରେ ୫୨୨୧ ନୂଆ ସଂକ୍ରମିତ

ଦେଶରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5,221 ନୂଆ ସଂକ୍ରମିତ ଚିହ୍ନଟ ।

4.Odisha Covid Cases: ରାଜ୍ୟରେ ଆଉ 194 ନୂଆ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 194 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.Sidhu Moose Wala murder case: ବିଭିନ୍ନ ସ୍ଥାନରେ ଛାପା ମାରିଲା NIA

ଦିଲ୍ଲୀ,ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ । ସିଦ୍ଧୁ ମୁସେଓ୍ବାଲା ହତ୍ୟା ଘଟଣାରେ ଟେରର ଗ୍ୟାଙ୍ଗ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଚଢାଉ କରିଛି ଏନଆଇଏ ।

6.Gyanvapi Mosque Case: ଆଜି ଆସିବ ଫୈସଲା, ବାରଣାସୀରେ ୧୪୪ ଧାରା ଲାଗୁ

ବାରାଣାସୀ କୋର୍ଟରେ ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଆଜି (ସୋମବାର) ଶୁଣାଣି ହେବ । ଜୁଲାଇ 4ରେ ଶେଷ ଥର ପାଇଁ ମାମଲାର ଶୁଣାଣି କରିଥିଲେ ବାରଣାସୀ କୋର୍ଟ ।

7.ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ

ଆସନ୍ତା 14 ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ (Investors Meet) । ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାକୁ ଗ୍ରହଣ କରି ପାରୁନାହାନ୍ତି ବିରୋଧୀ ।

8.17ରୁ ନିଲାମ ହେବ ମୋଦିଙ୍କ ଉପହାର

ଆସନ୍ତା 17ରୁ ନିଲାମ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର । pmmementos.gov.in ଜରିଆରେ ନିଲାମ ପାଇଁ ପଞ୍ଜୀକରଣ ହେବ ।

9.Asia Cup 2022 Final: ଷଷ୍ଠ ଥର ଟାଇଟଲ ଜିତିଲା ସିଂହଳୀ ସେନା

ଚଳିତ ଏସିଆ କପ୍ 2022 ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ ହାତେଇଛି ଆୟୋଜକ ଶ୍ରୀଲଙ୍କା ଦଳ । ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଦେଶବାସୀଙ୍କୁ ଟ୍ରଫି ଭେଟି ଦେଇଛି ।

10.ଚାଲିଗଲେ କ୍ରୀଷ୍ଣା ରାଜୁ, ଶେଷ ଇଚ୍ଛା ପୂରଣ କରିପାରିଲେନି ପ୍ରଭାସ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟେରାନ ଆକ୍ଟର କ୍ରୀଷ୍ଣାରାଜୁ । ସେ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଦାଦା ହୋଇଥିବାବେଳେ ପ୍ରଭାସ ତାଙ୍କ ଶେଷ ଇଚ୍ଛା ପୂରଣ କରିବାରେ ଅସମର୍ଥ ରହିଛନ୍ତି ।

ABOUT THE AUTHOR

...view details