ଓଡିଶା

odisha

ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM
ବର୍ତ୍ତମାନର ବଡ ଖବର

By

Published : Jun 29, 2022, 10:59 AM IST

1.ଆଜି ବସିବ କଳାଧନ ସମ୍ପର୍କିତ SIT ବୈଠକ

ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଆଜି କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ

2.Odisha Corona: କୋରୋନା କହର, 24 ଘଣ୍ଟାରେ 161 ସଂକ୍ରମିତ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 161 କୋରୋନା ପଜିଟିଭ (COVID-19) ଚିହ୍ନଟ

3.ଜୁଲାଇ 2ରୁ ବିଧାନସଭା ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଆସନ୍ତା ଜୁଲାଇ 2ରୁ ଷୋଡଶ ବିଧାନସଭା ଅଧିବେଶନ । ଏହା ପୂର୍ବରୁ ଆଜି (ବୁଧବାର) ବସିବ ସର୍ବଦଳୀୟ ବୈଠକ

4.ବିପଦରେ ଗଜରାଜ, ସୁରକ୍ଷା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ବିପଦରେ ଗଜରାଜ । ଦିନକୁ ଦିନ ରାଜ୍ୟ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହାତୀଙ୍କ ସୁରକ୍ଷା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲା

5.India Corona: 14 ହଜାର ଉପରେ ଦୈନିକ ସଂକ୍ରମଣ, 30 ମୃତ

ଦେଶରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 14,506 ଜଣ ନୂଆ ସଂକ୍ରମିତ ଚିହ୍ନଟ

6.Maha Crisis: କାଲି ଉଦ୍ଧବଙ୍କ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କ ଚିଠି

ଆସନ୍ତାକାଲି ଅନ୍ତ ହୋଇପାରେ ମହାରାଷ୍ଟ୍ର ମହାସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଚିଠି ଲେଖିଲେ ରାଜ୍ୟପାଳ କୋଶିୟାରୀ । ଗତକାଲି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ

7.Maha Crisis: କାମାକ୍ଷା ମନ୍ଦିରରେ ସିନ୍ଧେଙ୍କ ପୂଜାର୍ଚ୍ଚନା, କାଲି ଫେରିବେ ମୁମ୍ବାଇ

କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କଲେ ଏକନାଥ ସିନ୍ଧେ । ଆସନ୍ତାକାଲି ମୁମ୍ବାଇ ଫେରିବା ନେଇ ସୂଚନା । କାଲି ଫ୍ଲୋର ଟେଷ୍ଟ ଦେବ ଠାକରେ ସରକାର

8.କଲୋମ୍ବିଆ ଜେଲରେ ନିଆଁ, ଜଳିଗଲେ 51 କଏଦୀ

କଲୋମ୍ବିଆର ଏକ ଜେଲରେ ଅଭାବନୀୟ ଘଟଣା । ଝଗଡା ହେବାରୁ ବେଡରେ ନିଆଁ ଲଗାଇଦେଲା କଏଦୀ । ଜଳିଗଲେ 51 କଏଦୀ । 24 ଗୁରୁତର

9.Ind vs Ire 2nd T20: ସିରିଜ ପୋଛିଲା ଭାରତ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟି-ଟ୍ବେଣ୍ଟିକୁ ଜିତି ନେଇଛି ଟିମ ଇଣ୍ଡିଆ । ଦୀପକ ଦୁଡ୍ଡାଙ୍କ ଧୂଆଁଧାର ଶତକ ଓ ସଞ୍ଜୁ ସାମସନଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଦଳ ଦ୍ବିତୀୟ ଟି-ଟ୍ବେଣ୍ଟି ସହ ସରିଜି ସିଲ କରିଛି ଭାରତ।

10.ମାଆ ହେବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ମାଆ ହେବାକୁ ଚାହୁଁଛନ୍ତି । ଅଭିନେତ୍ରୀ ନିଜେ ଏହାକୁ ପାପାରାଜିଙ୍କ ସାମ୍ନାରେ ଏହି କଥା କହିଛନ୍ତି ।ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ABOUT THE AUTHOR

...view details