ଓଡିଶା

odisha

ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
TOP NEWS@11 AM

By

Published : Jun 23, 2022, 11:07 AM IST

1.ଆଜି ଅନବସର ଦଶମ, ଅଣସର ଘରେ ଶ୍ରୀଜୀଉଙ୍କ ଚକାବିଜେ ନୀତି

ଆଷାଢ କୃଷ୍ଣ ଦଶମୀ ତିଥି । ଅଣସର ଗୃହରେ ହେବ ମହାପ୍ରଭୁଙ୍କ ଚକାବିଜେ ନୀତି ସମ୍ପର୍ଣ୍ଣ । ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ ହୋଇଛି

2.ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ରାଇସିନା ରେସ୍‌ ପାଇଁ ବାହାରିଲେ ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ

3.India Corona: ଦିନକରେ 13313 ସଂକ୍ରମିତ, 38 ମୃତ

ଦେଶରେ ବଢୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13,313 ଜଣ ନୂଆ ସଂକ୍ରମିତ ଚିହ୍ନଟ

4.JDS ବିଧାୟକଙ୍କ ଦବଙ୍ଗଗିରି: କଲେଜ ପ୍ରିନ୍ସିପାଲଙ୍କୁ ମାରିଲେ ଚାପୁଡା

କର୍ଣ୍ଣାଟକରେ ଜଣେ JDS ବିଧାୟକଙ୍କ ଔଧତ୍ୟ ସାମ୍ନାକୁ ଆସିଛି । ଏକ କଲେଜର ପ୍ରିନ୍ସିପାଲଙ୍କୁ ଚାପୁଡା ମାରିଛନ୍ତି JDS ବିଧାୟକ ।

5.ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦାବି କରିନି BJP: କେନ୍ଦ୍ର ମନ୍ତ୍ରୀ

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ହଟ୍ଟଚମଟ୍ଟ । ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଶିବସେନାର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ଦାବି କରିନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ।

6.Maharashtra Political Crisis: ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ବିବାଦ

ସୁପ୍ରିମକୋର୍ଟରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ ମାମଲା । ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି

7.Maharashtra Political Crisis: ସିନ୍ଦେଙ୍କ ସେନାରେ ସାମିଲ ହେବାକୁ ଗୌହାଟୀ ପହଞ୍ଚିଲେ ଆଉ ୩ ବିଧାୟକ

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ (Uddhav Thackeray) ଅଡୁଆ ବଢିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ ଶିବସେନାର ୪ ବିଧାୟକ ଗୌହାଟୀ ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍‌ରେ ସାକ୍ଷାତ କରିଥିବାବେଳେ ଗୁରୁବାର ଆଉ ୩ ବିଧାୟକ ଯାଇ ସିନ୍ଦେଙ୍କ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି

8.ଆଜି ୫ ରାଜ୍ୟରେ ଉପନିର୍ବାଚନ, ନେତା ବାଛୁଛନ୍ତି ଭୋଟର

ଆଜି ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ପଞ୍ଜାବ, ତ୍ରିପୁରା ଏବଂ ଝାଡଖଣ୍ଡରେ ଉପନିର୍ବାଚନ । ସକାଳୁ ମତସାବ୍ୟସ୍ତ କରୁଛନ୍ତି ଭୋଟର

9.କ୍ରିକେଟରୁ ରୁମେଲି ଧରଙ୍କ ଅବସର

ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୁମେଲି ଧର

10.Sushant Singh Rajput Case: ରିୟା ଚକ୍ରବର୍ତ୍ତୀ ଓ ଶୋଭିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

14 ଜୁନ୍ 2020 ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇ ଘରୁ ମିଳିଥିଲା । ଏହା ପରେ ଏନସିବି ଏହି ମାମଲାରେ ଡ୍ରଗ୍ ଲିଙ୍କର ଯାଞ୍ଚ କରିଥିଲା । NCB ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି

ABOUT THE AUTHOR

...view details