ଓଡିଶା

odisha

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 24, 2022, 12:59 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା !

ଆଗାମୀ 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ସି-ତ୍ରାଙ୍ଗ । ସାଗର ଦୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ 500 କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।

2.ରାଜୀବ ଗାନ୍ଧୀ ଫାଉଣ୍ଡେସନ ରଦ୍ଦ, ବିଦେଶୀ ଫଣ୍ଡିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି ।

3.UK PM Race: ଓହରିଲେ ବୋରିସ ଜନସନ, ସୁନକଙ୍କ ରାସ୍ତା ସଫା

ବ୍ରିଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଛନ୍ତି । ଫଳରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ରାସ୍ତା ସଫା ହୋଇଛି ।

4.ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ, ମଜା ନେବେ ପର୍ଯ୍ୟଟକ

ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ କୁଲଡିହା ଅଭୟାରଣ୍ୟ । ଏହା ଜୁନ ମାସ ୧୫ ତାରିଖ ଯାଏଁ ଖୋଲା ରହିବ । ଏନେଇ ପର୍ଯ୍ୟଟକ, ପ୍ରକୃତି ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି ।

5.Google Remove Harmful Apps: ଫୋନରେ ଅଛି କି ଏହି ସବୁ ଆପ୍, ତୁରନ୍ତ କରନ୍ତୁ ଡିଲିଟ୍‌

ବ୍ୟାଟେରୀ ଚାର୍ଜ ଶୀଘ୍ର ଶେଷ କରୁଥିବା ଏବଂ ଅଧିକ ଡାଟା ବ୍ୟବହାର କରୁଥିବାରୁ ପ୍ଲେ-ଷ୍ଟୋରରୁ 16ଟି ଆପ୍ ହଟାଇଲା ଗୁଗୁଲ୍(Google Play Store has removed popular apps) ।

6.ଆଜି ଦୀପାବଳି, ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଆଲୋକର ପର୍ବ ଶ୍ରଦ୍ଧା ଓ ଭକ୍ତିର ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

7.ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବ୍ୟାହତ

ମହାରାଷ୍ଟ୍ରରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଅମରାବତୀର ମାଲଖେଡ ନିକଟରେ ଏହି ଦୁର୍ଘଟଣା ଘଟିଛି ।

8.ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା, ଚାଲିଛି ଉଦ୍ଧାର କାର୍ଯ୍ୟ

ଗାଁକୁ ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା ହାତୀ । ରାତିତମାମ ପୋଖରୀ ଭିତରେ ପଶି ରହିଛି ହାତୀ । ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ବନବିଭାଗ ।

9.ଭିଜିଲାନ୍ସ ଜାଲରେ କୋଟଗଡ IIC, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କାଙ୍କ ଗାଡିରୁ ବାହାରିଲା ୧ ଲକ୍ଷ ୮୦ ହଜାର ଟଙ୍କା ।

10.ପ୍ରେମ ଉପରୁ ଉଠିଯାଇଥିଲା ନେହାଙ୍କ ବିଶ୍ୱାସ, ଗୋଟେ ଗୀତ ବଦଳାଇ ଦେଲା ଜୀବନ

ଚର୍ଚ୍ଚିତ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କର ଆଜି ଦ୍ବିତୀୟ ବିବାହ ବାର୍ଷିକୀ । ଏହି ଅବସରରେ ଆମେ ଆପଣଙ୍କୁ ଉଭୟଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ ଫିଲ୍ମୀ ଅଟେ ।

ABOUT THE AUTHOR

...view details