ଓଡିଶା

odisha

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 17, 2022, 1:00 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.କୁନୋ ଜାତୀୟ ଉଦ୍ୟାନରେ ୮ ଚିତା ଛାଡିଲେ ପ୍ରଧାନମନ୍ତ୍ରୀ

କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.ଆଜି ମୋଦିଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ବିଶ୍ବର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ । ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ମୋଦି ।

3.କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତାରେ ପ୍ରଭାବ ପକାଏ, ଏପରି ଧାରଣା ଭୁଲ୍

କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତା ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପକାଇନଥାଏ (Covishield is not detrimental to male fertility) ।

4.ବାପା ନେଇଥିଲେ ଲୋନ, ଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇ ଦେଲେ ଫାଇନାନ୍ସ କର୍ମଚାରୀ

ଫାଇନାନ୍ସ କମ୍ପାନୀରୁ ଲୋନ ନେଇ ଟ୍ରାକ୍ଟର କିଣିଥିଲେ କୃଷକ । କିସ୍ତି ନ ଶୁଝିବାରୁ କୃଷକଙ୍କ ଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇ ଦେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ ।

5.India Corona: ଦିନକରେ 5,747 ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 5,747 ନୂଆ ସଂକ୍ରମିତ ଚିହ୍ନଟ ।

6.ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ

ଶ୍ରେଷ୍ଠ ପ୍ରଦର୍ଶନ ଲାଗି ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଦୁଇ ଓଡିଆଙ୍କୁ ପୁରସ୍କୃତ ।

7.KBC ହଟ୍‌ ସିଟରେ ଭଦ୍ରକ ସହକାରୀ ଡାକ ଅଧୀକ୍ଷକ

ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ ସିଟରେ ଓଡ଼ିଆ ମହିଳାଙ୍କ ଚମକ। ଭଦ୍ରକ ସହକାରୀ ଡାକ ଅଧିକ୍ଷକ ଜ୍ୟୋତିର୍ମୟୀ ମଲ୍ଲିକ ଏହି ଶୋ'ରେ ଅଂଶ ଗ୍ରହଣ କରି ଜିତିଲେ ୮୦ ହଜାର ।

8.ପାନ ଦୋକାନରେ ବ୍ରାଉନସୁଗାର ଜବତ,୨ ଗିରଫ

ଜଟଣୀ ଅଞ୍ଚଳରେ ଏକ ପାନ ଦୋକାନରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଚଢାଉ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ୨୦୬ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ ।

9.କାର ସିଲିଣ୍ଡରରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, 4 ଗିରଫ

ଅଭିନବ ଉପାୟରେ ଅନ୍ତଃରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । ମାଡି଼ବସିଲା ଅବକାରୀ ଗୁଇନ୍ଦା ବିଭାଗ ।

10.ଜ୍ୟାକଲିନଙ୍କ ସ୍ବପ୍ନର ରାଜକୁମାର କିଏ ? ଖୁଲାସା କଲେ ସିଂହଳ ସୁନ୍ଦରୀ

ଠକ ସୁକେଶଙ୍କୁ ନେଇ ଜ୍ୟାକଲିନ ଖୁଲାସା । ସୁକେଶ ତାଙ୍କ ସ୍ୱପ୍ନର ରାଜକୁମାର ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ABOUT THE AUTHOR

...view details