ଓଡିଶା

odisha

ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 28, 2022, 8:59 AM IST

Updated : Oct 28, 2022, 9:05 AM IST

1. ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ

ଟ୍ବିଟର କିଣିଲେ Tesla CEO ଏଲନ ମସ୍କ । କମ୍ପାନୀକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ମସ୍କ ।

2. ଡିସେମ୍ବର 1ରୁ କୋଣାର୍କରେ ଜମିବ ଇକୋ ରିଟ୍ରିଟ୍‌

ଆସନ୍ତା ଡିସେମ୍ବର 1ରୁ କୋଣାର୍କରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବୈଠକ ।

3.ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ

ନନ୍ଦନକାନନରେ 68 ବର୍ଷ ବର୍ଷୀୟ ମାଈ ହାତୀ 'ପ୍ରେମା' ଅସୁସ୍ଥ । ଆର୍ଥ୍ରାଇଟିସ୍ ଏବଂ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଥିବା ଜଣାପଡ଼ିଛି ।

4. Odisha Conclave 2022: ୩ ଦିନିଆ ଓଡିଶା ଗସ୍ତରେ ASEAN ପ୍ରତିନିଧି, ଆଜି ମେଗା ବିଜନେସ ସମିଟ୍

୩ ଦିନିଆ ଓଡ଼ିଶା ଗସ୍ତରେ ଅନ୍ତର୍ଜାତୀୟ ପୁଞ୍ଜି ନିବେଶ ସଂସ୍ଥା ଏସିଆନ । ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ ରହିଛନ୍ତି । ଆସନ୍ତାକାଲି ଭୁବନେଶ୍ବରରେ ମେଗା ବିଜନେସ ସମିଟରେ ଏହି ପ୍ରତିନିଧି ଦଳ ଯୋଗଦେବାକୁ ଥିବା ବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।

5. ମହାରାଷ୍ଟ୍ରରୁ ଆସି ଓଡ଼ିଆଙ୍କୁ ଚୂନ ଲଗାଇଲେ ଦୁଇ ଭାଇ, ଲୁଟି ନେଲେ ୪ କୋଟି

ମହାରାଷ୍ଟ୍ରରୁ ଆସି ରାଜଧାନୀବାସୀଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଲେ ମହାରାଷ୍ଟ୍ରର ଦୁଇ ଭାଇ । ଖଣ୍ଡଗିରି ଥାନାର ଦ୍ୱାରସ୍ତ ହେଲେ ଠକାମୀର ଶିକାର ହୋଇଥିଲା ଲୋକେ ।

6. ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ

ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ । ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଗ୍ରହଣ କଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (Veer Surendra Sai University of Technology) । ଦେଶ ଓ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ପ୍ରସ୍ତୁତ କଲେ ଏକ ଦୁରଦୃଷ୍ଟି ସମ୍ପର୍ଣ୍ଣ ଡିଫେନ୍ସ ପ୍ରୋଜେକ୍ଟ ।

7. ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା

ସୂର୍ଯ୍ୟପରାଗରେ ହେତୁବାଦୀ ସଙ୍ଗଠନ ପକ୍ଷରୁ ଚିକେନ ଵିରିୟାନୀ ଖାଇବା, ବାଣ୍ଟିବା ପ୍ରସଙ୍ଗ । କଟକରେ ହେତୁବାଦୀଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦିଆଯାଇଛି ।

8. ସାଙ୍ଗ ସାଜିଲା ସଇତାନ, ପ୍ରେମ ପ୍ରତ୍ୟାଖାନ କରିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ପ୍ରେମ ପ୍ରତ୍ୟାଖାନ କରିବା ପରେ ଯୁବତୀଙ୍କୁ ଥାନା ସମ୍ମୁଖରେ ଆକ୍ରମଣ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

9. Delhi Air Pollution: ସ୍ଥିତି ମୁକାବିଲା ପାଇଁ CAQMର ସମୀକ୍ଷା ବୈଠକ

ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (Commission for Air Quality Management) ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ( State Specific Action Plan) କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

10. କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ସୁପର ଲିଗ୍‌ର ମ୍ୟାଚ୍‌ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ କଥା ହୋଇଛନ୍ତି ।

Last Updated : Oct 28, 2022, 9:05 AM IST

ABOUT THE AUTHOR

...view details